ପାରିବାରିକ କଳହ ପାଇଁ ଜେଜେମାଆକୁ ପିଟିପିଟି ମାରିଲା ନାତି

ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି । ଜେଜେମାଆକୁ ପିଟିପିଟି ମାରିଲା ନାତି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ନାୟିକାଣିପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୁକ୍ତ ନାତି ଚିତ୍ରସେନ ସ୍ବାଇଁଙ୍କୁ କୋଦଳା ପୋଲିସ ଅଟକ ରଖିଛି। ମୃତ ବୃଦ୍ଧା ହେଉଛନ୍ତି ୭୨ ବର୍ଷୀୟ ଅନି ସ୍ବାଇଁ । ଜେଜେ ମାକୁ ଘରୁ ବାହାରକୁ ଭିଡ଼ି ଆଣି ରାସ୍ତା ଉପରେ କଚାଡି ମାଡ଼ ମରିଥିଲା ଅଭିଯୁକ୍ତ ଚିତ୍ରସେନ। ବଡ଼ ବାପା ଓ ବଡ଼ ମା ଛଡାଇବାକୁ ଯାଇଥିବା ବେଳେ ସେମାନେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ। ବଡ଼ ବାପା ଦିବାନ ସ୍ବାଇଁ ଓ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରି ଲହୁ ଲୁହାଣ କରି ଦେଇଥିବା ସୂଚନା ମିଳିଛି। ଉଭୟଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ କୋଦଳା ଥାନାରେ ଏତଲା ପରେ ପୋଲିସ ଘଟଣାର ଛାନବିନ୍ କରୁଛି।