ଆଲମାରୀରୁ ବାହାରିଲା ୧୬୦ ପ୍ୟାକେଟ ଗଞ୍ଜେଇ

1 min read

କୋରାପୁଟ: ଆଲମାରୀ ବୋଝେଇ ଗାଡ଼ିରୁ ଗଞ୍ଜେଇ ଜବତ, ୨ଗିରଫ । ପୋଲିସ ଆଖିରେ ଧୁଳି ଦେଇ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ ଗଞ୍ଜେଇ ବେପାରୀ । କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଖବର ପାଇ ଲମତାପୁଟ ଠାରୁ ୪ କିଲୋମିଟର ଦୂର ଚାଙ୍ଗୁଡ଼ିପଡା ଛକ ନିକଟରେ ନାକାବନ୍ଦୀ କରି ଆଲମାରୀ ବୋଝେଇ ଗାଡିରୁ ଗଞ୍ଜେଇ ଜବତ କରିଛି । ଜବତ ୮ଗୋଟି ଆଲମାରୀରୁ ବାହାରିଥିବା ୧୬୦ଟି ପକେଟରୁ ୮ଶହ ୯ କେଜି ୬୦୦ଗ୍ରାମ ଗଞ୍ଜେଇ ସହ ଉତ୍ତରପ୍ରଦେଶ ପଞ୍ଜିକୃତ ଗାଡିରୁ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୮୦ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ମାଛକୁଣ୍ଡ ପୁଲିସ ଉତ୍ତରପ୍ରଦେଶ ଅଞ୍ଚଳର ଯଶବନ୍ତ ସିଂ ଓ ହରେନ୍ଦ୍ର ସିଂକୁ ଗିରଫ କରିଛି । ତାସହ ୨ଟିମୋବାଇଲ ଫୋନ ଓ ଆଧାର କାର୍ଡକୁ ମଧ୍ୟ ଜବତ କରିଛି ପୁଲିସ । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନନ୍ଦପୁର SDPO ସଞ୍ଜୟ ମହାପାତ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ: ଜାଣନ୍ତୁ କେଉଁ ଦେଶ ପାଇଛି କେତେ ପଦକ

Leave a Reply