ଲଗାତାର ୧୫ ଦିନରେ ନଷ୍ଟ ହେଲାଣି ୮ କୋଟିର ଗଞ୍ଜେଇ ଗଛ

କନ୍ଧମାଳ/ଅନୁଗୁଳ: କନ୍ଧମାଳ ଜିଲ୍ଲା ପୋଲିସ୍ ଓ ଅବକାରୀ ବିଭାଗର ମିଶନ୍ କ୍ଲିନ୍ ଗଞ୍ଜେଇ । ଲଗାତର ତିନିଦିନ ଧରି ବାଲିଗୁଡା ଅଞ୍ଚଳରେ ଚାଲିଛି ଗଞ୍ଜେଇ ନଷ୍ଟ ଅଭିଯାନ। ସିନ୍ଦ୍ରିଗାଁ ପଞ୍ଚାୟତ ଅଞ୍ଚଳରେ ୧୭୫ ଏକର ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ପ୍ରାୟ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ୍ ସୂଚନା ଦେଇଛି ।

ଗତ ୧୫ଦିନ ମଧ୍ୟରେ ବାଲିଗୁଡ଼ା ଅଞ୍ଚଳରେ ୫୯୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞେଇ ଚାଷ ନଷ୍ଟ କରାଗଯାଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୬ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି । ସେପଟେ ଆକ୍ସନ୍ ମୋଡରେ ଅନୁଗୁଳରେ ଜିଲ୍ଲା ପୋଲିସ୍ ଓ ଅବକାରୀ ବିଭାଗ । ହଣ୍ଡପା ଥାନା ଖୋଲାରେଗଡା ଘଞ୍ଚ ଜଙ୍ଗଲରେ ୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଟିମ୍। ନଷ୍ଟ ଗଞ୍ଜେଇ ଚାଷର ମୁଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ଅନୁମାନ କରିଛି ।

Leave a Reply