ଘରୋଇ ହସ୍ପିଟାଲର ମନମାନୀ: ୧୦୦ ନମ୍ୱରକୁ ଫୋନ୍‌ କଲେ ପୋଲିସ୍ ନେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଗଞ୍ଜାମ ରୋଗୀଙ୍କୁ ମନା କରି ପାରିବେନି ଭୁବନେଶ୍ୱରର କୌଣସି ଘରୋଇ ହସପିଟାଲ । ଯଦି କେହି ମନା କରନ୍ତି ତେବେ 100 ନମ୍ବର ଡାଏଲ କଲେ ପୋଲିସ ସଂପୃକ୍ତ ହସପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ । ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ସହରରେ ସ୍ୱାସ୍ଥ୍ୟ ପରୀକ୍ଷା ସର୍ଭେ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮ ହଜାରରୁ ଊର୍ଦ୍ଧ୍ୱ ରୋଗୀଙ୍କ ପୁରାତନ ରୋଗ ସମ୍ପର୍କରେ ତଥ୍ୟ ହାସଲ ହୋଇଛି । ୫ ଟି ବ୍ଲକ ପାଇଁ ୧୯ଟି ଟିମ୍ ଗଠନ କରାଯ଼ାଇ ଆଣ୍ଟିଜେନ ଟେଷ୍ଟକୁ ତ୍ୱରାନ୍ୱିତ କରାଯାଉଛି । ପ୍ରତି ବ୍ଲକ ପାଇଁ ଆମ୍ବୁଲନାସ ସାଙ୍ଗକୁ ସ୍ୱାସ୍ଥ୍ୟଟିମକୁ ସଜାଗ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

ଘରୋଇ ହସ୍ପିଟାଲଙ୍କ ମୁଖ୍ୟ ଶାସନ ସଚିବଙ୍କ ଚେତାବନୀ,ହଟସ୍ପଟ୍ ଜିଲ୍ଲାର ରୋଗୀଙ୍କୁ ଫେରାଇବା ଅନୈତିକ

 

ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ବ୍ରହ୍ମପୁରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଚିକିତ୍ସା ପାଇଁ ତାଙ୍କ ପୁଅ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା କରାନଯାଇ ଫେରାଇଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ । ଏବଂ ପରବର୍ତ୍ତୀ ସମୟରେ ସେହି ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ରାଜ୍ୟରେ ଆଉ ୭୩୬ କରୋନା ସଂକ୍ରମିତ ଚିହ୍ନଟ

କରୋନାରେ ଗଞ୍ଜାମ ଜିଲ୍ଲା ସର୍ବାଧିକ ସଂକ୍ରମିତ ହୋଇଥିବାରୁ ସେଠାରୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସନ୍ଦେହ ନଜରରେ ଦେଖିବା ସହ ସେମାନଙ୍କୁ ମେଡିକାଲାରେ ଚିକିତ୍ସା କରିବାକୁ ସୁରକ୍ଷିତ ମଣୁନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ । ଯାହାର ପରିଣାମ ସ୍ୱରୂପ ସମ୍ପୃକ୍ତ ରୋଗୀ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । ଏ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ହଟସ୍ପଟ୍ ଅଞ୍ଚଳରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

Leave a Reply