spot_img

Latest Posts

ଗଞ୍ଜାମକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ମିଳିଲା ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ଟିମ୍। ଦେଶର ସବୁ ଜିଲ୍ଲାକୁ ପଛରେ ପକାଇ ଗଞ୍ଜାମ ହୋଇଛି ଶ୍ରେଷ୍ଠ `ଜିଲ୍ଲା ପଞ୍ଚାୟତ’।

ସେହିପରି ୬ହଜାର ୬୧୨ ବ୍ଲକ୍ ମଧ୍ୟରେ ହିଞ୍ଜିଳିକାଟୁ ପାଇଛି ‘ଶ୍ରେଷ୍ଠ ବ୍ଲକ ପଞ୍ଚାୟତ’ ସମ୍ମାନ। ହିଞ୍ଜିଳି ବ୍ଲକର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତର ସ୍ବୀକୃତି ପାଇଥିବାବେଳେ ଶାସନ ଆମ୍ବଗାଁ ହୋଇଛି ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ। ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକର କୁଲାଡ଼ ପଞ୍ଚାୟତ ହୋଇଛି ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ।

ସେହିପରି ପାତ୍ରପୁର ବ୍ଲକ୍ ଆଙ୍କୁଲି ଗ୍ରାମପଞ୍ଚାୟତ ଦ୍ବିତୀୟ ଶ୍ରେଷ୍ଠ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ସମ୍ମାନିତ ହୋଇଛି। ତୃଣମୂଳସ୍ତରରେ ରାଜ୍ୟ ସରକାର କରୁଥିବା ନିରନ୍ତର ବିକାଶ ଦେଶରେ ଉଦାହରଣ ସାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଧାରିତ ଦୂରଦୃଷ୍ଟି, ଉନ୍ନୟନମୂଳକ ଯୋଜନା ପାଇଁ ଗଞ୍ଜାମ ସର୍ବଶ୍ରେଷ୍ଠ ପାଲଟିଛି।

Latest Posts

Don't Miss