ନିଜ ଭାଇ ପୂର୍ବରୁ କୋଭିଡ ଯୋଦ୍ଧାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଛାତ୍ରୀ

ଗଞ୍ଜାମ: ଆଜି ହେଉଛି ଭାଇ ଭଉଣୀର ଅତୁଟ ବନ୍ଧନର ପର୍ବ। ଭଉଣୀର ରକ୍ଷା କବଚ ଭାବେ ସଦାସର୍ବଦା ରହିଥାଏ ଭାଇ ତେଣୁ ଯୁଗ ଜୁଗ ଧରି ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଅତୁଟ ସମ୍ପର୍କକୁ ମଜବୁତ କରିଥାଏ ଏହି ବନ୍ଧନ। ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ରକ୍ଷା ବନ୍ଧନର ପର୍ବ ସେ ବି କୋଭିଡ ଯୋଦ୍ଧାଙ୍କ ସହ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଂଚଳରେ କୋଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ କୋଭିଡ ଯୋଦ୍ଧାଙ୍କ ସହ ପାଳିଛନ୍ତି ରାକ୍ଷୀ ପୂର୍ଣ୍ଣିମା । କୋଭିଡ ମେଡ଼ିକାଲର ମହିଳା ପୁରୁଷ ସିକୁରୀଟିଠୁ ଡାକ୍ତର ଓ ସମସ୍ତ କର୍ମଚାରୀଙ୍କ ସହ ପାଳିଛନ୍ତି ରକ୍ଷା ବନ୍ଧନ । ମହାମାରୀ ସମୟେ ନିଜ ପରିବାରକୁ ଭୁଲି ଆମ କୁ ବଞ୍ଚାଇ ସେମାନେ ଅହରହ ସେବା ପ୍ରଦାନ କରିଛନ୍ତି। ଅନେକ ଲୋକଙ୍କ ଜୀବନ ରକ୍ଷାକରି ଏମାନେ ରକ୍ଷ କବଚ ହୋଇ ଭାଇ ର କର୍ତ୍ତବ୍ୟ କରିଛନ୍ତି । ତେଣୁ ସେମାନଙ୍କୁ ଉତ୍ସାହିତ କରିବାକୁ ଓ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ କୃତଜ୍ଞତା ଜଣାଇବାକୁ ଛାତ୍ରୀମାନେ ସେମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି।

କୋଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରୀ କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପିକାଙ୍କ ସହଯୋଗରେ କୋଭିଡ ଯୋଦ୍ଧାଙ୍କ ସହ ଆଜି ଏହି ଉତ୍ସବ ପାଳନ କରିଛନ୍ତି ରକ୍ଷାବନ୍ଧନ। ଆଉ ସବୁଠୁ ବଡ଼ କଥା ହେଉଛି, ଏହି ଛାତ୍ରୀମାନେ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପୂର୍ବରୁ କଲେଜରେ ପହଞ୍ଚିଥିଲେ ଓ ପରେ ଫୁଲ ତୋଳି ରାକ୍ଷୀ କିଣି ନିକଟରେ ଥିବା ଆଡପଡ଼। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର , କୋଙ୍କରଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସମସ୍ତ ଔଷଧ ଦୋକାନରେ ପାଳନ କଲେ ରକ୍ଷା ବନ୍ଧନର ପର୍ବ।

ଡାକ୍ତର , ଫାର୍ମାସିଷ୍ଟ , ନର୍ସ , ସ୍ୱାସ୍ଥ୍ୟ କର୍ମୀ ଓ ସିକ୍ୟୁରିଟି କର୍ମଚାରୀଙ୍କୁ ବାନ୍ଧିଥିଲେ ରାକ୍ଷୀ । ପୁରୁଷ ମହିଳାକୁ ଭୁଲି ସଭିଙ୍କ ହାତରେ ବନ୍ଧାଯାଇଥିଲା ରାକ୍ଷୀ। ଛାତ୍ରୀଏହି ବନ୍ଧନ ମେଡ଼ିକାଲ ଠାରେ ପାଲିଥିବାରୁ ମେଡିକାଲ କତ୍ତୃପକ୍ଷ ଓ କର୍ମଚାରୀମାନେ ବହୁତ ଖୁସି ମଧ୍ୟ ହୋଇଛନ୍ତି ।

ପୂର୍ବରୁ ସୀମାନ୍ତରେ ଜଗିଥିବା ଦେଶର ଯବାନଙ୍କୁ କଲେଜ ତରଫରୁ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ଛାତ୍ରୀ ରାକ୍ଷୀ ପଠାଇଥିଲେ। ଯବାନମାନେ ଦେଶ ପାଇଁ ନିଜ ପରିବାରକୁ ଛାଡି ରହୁଥିବାରୁ ଛାତ୍ରୀମାନେ ସେମାନଙ୍କ ନିକଟକୁ ୫୦୦ ରାକ୍ଷୀ ପଠାଇଥିଲେ। ତେବେ ଏଭଳିଳି ଅଭିନବ ପ୍ରୟାସ କରି ଏହି ଛାତ୍ରୀମାନେ ଢେର ପ୍ରଶଂସା ପାଉଥିବାବେଳେ ଆଗାମୀ ଦିନରେ ପରମ୍ପରାକୁ ନିଆରା ଢଙ୍ଗରେ ପାଳିବୁ କହିଛନ୍ତି କଲେଜର ଅଧ୍ୟାପିକା।

Leave a Reply