୨୦୧୧ ବିଶ୍ବକପରେ ଭାରତର ମୁଖ୍ୟ ପ୍ରଶିକ୍ଷକ ଥିବା ଗ୍ୟାରିଙ୍କୁ କୋଚ କଲା ପାକିସ୍ତାନ

1 min read

ନନ୍ଦିଘୋଷ ବ୍ୟୁରୋ: ନୂଆ କୋଚଙ୍କୁ ନିଯୁକ୍ତ କରିଛି ପାକିସ୍ତାନ । ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ ବିଜୟ ଲକ୍ଷ୍ୟରେ କିଛି ପରିବର୍ତ୍ତନ କରିଛି ପାକିସ୍ତାନ । ୨୦୧୧ ବିଶ୍ବକପରେ ଭାରତର କୋଚ ଥିବା ଗ୍ୟାରି କଷ୍ଟେନଙ୍କୁ କୋଚଭାବେ ନିଯୁକ୍ତ କରିଛି ପାକିସ୍ତାନ । ଦୀର୍ଘଦିନ ଧରି କୋଚ ପଦବୀକୁ ନେଇ ଲାଗି ରହିଥିବା ବିବାଦ ଭିତରେ ନୂଆ କୋଚ ନିଯୁକ୍ତ ହୋଇଛନ୍ତି । ରବିବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ପାକିସ୍ତାନର ନୂଆ ପ୍ରମୁଖ ମୋହସିନ ନକବି ଏହି ଘୋଷଣା କରିଛନ୍ତି । ମେ ମାସରେ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବାକୁ ଯାଉଛି । ତେବେ ଗ୍ୟାରି କଷ୍ଟେନ ଏହି ସିରିଜରୁ ନିଜର କାର୍ଯ୍ୟ ଆରମ୍ଭ କରିବେ । ୨ ବର୍ଷ ପାଇଁ ଚୁକ୍ତିନାମା କରାଯାଇଛି ।