ୱାରରୁମରେ ପରିଣତ ହୋଇଛି ଗାଜାର ହସ୍ପିଟାଲ

ନନ୍ଦିଘୋଷ ବ୍ୟୁରୋ : ୱାରରୁମରେ ପରିଣତ ହୋଇଛି ଗାଜାର ହସ୍ପିଟାଲ  । ଗାଜାର ସର୍ବବୃହତ ଅଲ ଶିଫା ହସ୍ପିଟାଲରୁ ମିଳିଛି ହମାସର କମାଣ୍ଡ ସେଣ୍ଟର ଓ ବିପୁଳ ଅସ୍ତ୍ରଶସ୍ତ୍ର । ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ ଚାଲିଥିବା ରେଡରେ ଏହି ସୂଚନା ମିଳିଛି । ଏହି କାରଣ ଯୋଗୁ ହସ୍ପିଟାଲକୁ ଆଇଡିଏଫ ପ୍ରମୁଖ ଟାର୍ଗେଟ କରିଛି । ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜରିଆରେ କରିଛନ୍ତି ଘେରାବନ୍ଦୀ । ହସ୍ପିଟାଲ ପରିସରରେ ରହିଥିବା ଏକ କୋଠାରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର, ଗ୍ରେନେଡ, ଗୋଳାବାରୁଦ, ସୈନ୍ୟଙ୍କୁ ସୁରକ୍ଷା ଦେବାରେ ବ୍ୟବହୃତ ହେଉଥିବା ଜ୍ୟାକେଟ ଆଦି ଜବତ କରାଯାଇଛି । ଏହି  କୋଠାରେ ହମାସର କମାଣ୍ଡ ସେଣ୍ଟର କାର୍ଯ୍ୟ କରୁଥିବାେଳେ ବିଭିନ୍ନ ପ୍ରଯୁକ୍ତିଗତ ଯନ୍ତ୍ରପାତି ରହିଥିଲା । ହସ୍ପିଟାଲ ଉପରେ ହୋଇଥିବା ରେଡକୁ ବି ସମର୍ଥନ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାାହୁ । ବର୍ତ୍ତମାନ ସୁଦ୍ଧା 11 ହଜାର 500 ପାଲେଷ୍ଟିନୀୟଙ୍କ ମୃତ୍ଯୁ ଘଟିଲାଣି ବୋଲି କହିଛି ହମାସ ।Israel Seizes Gaza Hospital That Became Symbol of the War Itself - The New York Times

ସେପଟେ ହସ୍ପିଟାଲ ଉପରେ ଆକ୍ରମଣ ଲାଗି ଆମେରିକା ସବୁଜ ସଙ୍କେତ ଦେଇଥିବା ନେଇ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆମେରିକା ନିରାପତ୍ତା ପରିଷଦ ମୁଖପାତ୍ର ଜନ କିର୍ବି । ସେପଟେ ଗାଜାରେ ମାନବିକ ସହାୟତା ଲାଗି ଅସ୍ତ୍ରବିରତି ସଂକ୍ରାନ୍ତ ଏକ ପ୍ରସ୍ତାବ ଜାତିସଂଘରେ ହୋଇଛି ଗୃହୀତ । ତେଣେ ହମାସର ଜଣେ ତୁଙ୍ଗ କମାଣ୍ଡର ଇସମାଇଲ ହେନିୟେଙ୍କ ଘରକୁ ଉଡାଇଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ବିଭିନ୍ନ ଦେଶ ପକ୍ଷରୁ ତାଙ୍କୁ ସ୍ବୀକୃତି ଦିଆଯାଇଥିଲା ।