spot_img

Latest Posts

ଚୀନ କେବେ ଭୁଲିବନି ଗଲବାନର ଜବାବ: ପୂର୍ବତନ ସେନା ମୁଖ୍ୟ

ନୂଆଦିଲ୍ଲୀ: ଗଲବାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଉତ୍ତେଜନାକୁ କେବେ ଭୁଲି ହେବନି। ଏହି ଘଟଣାରେ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲେ। ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ତାଙ୍କ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ, ସି ଜିନପିଙ୍ଗ ଜୁନ୍ ୨୦୨୦ ମସିହା ଜୁନ୍ ୧୬ ତାରିଖକୁ କେବେବି ଭୁଲି ପାରିବେ ନାହିଁ । କାରଣ ଏହି ଦିନ ଚୀନ ସେନାକୁ ମୁହଁତୋଡ ଜବାବ ଦେଇଥିଲା ଭାରତୀୟ ସେନା । ଚୀନର ବିସ୍ତାରବାଦୀ ନୀତିକୁ ଦୃଢ ଭାବେ ପ୍ରତ୍ୟାଖାନ କରି ଦୃଢ ଜବାବ ଦେଇଥିଲା ଭାରତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନେପାଳ ଏବଂ ଭୁଟାନ ପରି ଛୋଟଛୋଟ ପଡ଼ୋଶୀମାନଙ୍କୁ ଚୀନ ବିସ୍ତାରବାଦୀ ନୀତି ଆପଣାଇ ଡରାଇବାରେ ଲାଗିଥାଏ ।

ନରୱଣେ ଙ୍କ କାର୍ଯ୍ୟକାଳ ସମୟରେ ଚୀନ୍ ଦ୍ୱାରା ଅନେକ ଥର ଅନୁପ୍ରବେଶ ପାଇଁ ଉଦ୍ୟମ ହୋଇଥିଲା। ଏହି କାରଣରୁ ପୂର୍ବତନ ମୁଖ୍ୟ ଜେନେରାଲ ନରୱଣେଙ୍କ ଅଧିକାଂଶ କାର୍ଯ୍ୟକାଳ ସୀମା ବିବାଦର ମୁକାବିଲା ମଧ୍ୟରେ ଗତି କରିଥିଲା । ସେ ସୀମା ଅଞ୍ଚଳରେ ଅନେକ ବଡ଼ ପରିବର୍ତ୍ତନ କରିଥିଲେ। ତାଙ୍କ ସମୟରେ ସୀମା ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

 

Latest Posts

Don't Miss