ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ଜର୍ଜ ତିର୍କୀ 

 ରାଉରକେଲା: ବରିଷ୍ଠ କଂଗ୍ରେସ ନେତା ଜର୍ଜ ତିର୍କୀ  ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଦେଲେ  ଇସ୍ତଫା । ଇସ୍ତଫା ଦେବା ସହ ନିଜ ମନରେ ଥିବା ଭାବନାକୁ ପରିପ୍ରକାଶ କରିଛନ୍ତି ଏହି ବରିଷ୍ଠ ନେତା  । ସେ ଲେଖିଛନ୍ତି, କଂଗ୍ରେସରେ ନାହିଁ ଶୃଙ୍ଖଳା । ଏସମ୍ପର୍କରେ ବାରମ୍ବାର ପିସିସି ଓ ଏଆଇସିସିରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ କରିଛନ୍ତି ଜର୍ଜ ତିର୍କି । ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ମୁକ ବଧିର ।

ବିଭିନ୍ନ କର୍ମକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ । ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ପିସିସି ପକ୍ଷରୁ କୌଣସି ସହଯୋଗ ମିଳିନଥିଲା । ପ୍ରାର୍ଥୀ ମାନେ ଅତି ଦୟନୀୟ ଭାବେ ପରାସ୍ତ ହୋଇଥିଲେ । ବଣାଇ, ରଘୁନାଥପାଲି, ରାଉରକେଲା, ବିରମିତ୍ରପୁରରେ କଂଗ୍ରେସର ସଂଗଠନର ଦୃଢତା ପାଇଁ ଅନେକ ପ୍ରସ୍ତାବ ରଖିଥିଲେ ମଧ୍ୟ କେହି ବି ଏଥିପ୍ରତି ଧ୍ୟାନ ଦେଇନଥିଲେ ବୋଲି କହିଛନ୍ତି ଜର୍ଜ ତିର୍କି ।