spot_img

Latest Posts

ଖ୍ରୀଷ୍ଟମାସ୍ ଲାଗି ବଜାରରେ ଗହଳି ଥିବା ବେଳେ ମାଡିଗଲା କାର୍, ୨ ମୃତ

ନନ୍ଦିଘୋଷ ବ୍ୟୁରୋ: ଜର୍ମାନୀର ମାଗଦେବର୍ଗରେ ଆତଙ୍କରାଜ। ଖ୍ରୀଷ୍ଟମାସ୍ ଲାଗି ବଜାରରେ ଗହଳି ଲାଗି ରହିଥିବାବେଳେ ଏକ ଦ୍ରୁତଗାମୀ କାର ମାଡିଯାଇ ଜଣେ ଶିଶୁ ସମେତ ୨ ମୃତ। ଘଟଣାରେ ଆହତ ହୋଇଛନ୍ତି ୭୦ରୁ ଅଧିକ ଲୋକ। ଏହି ଘଟଣାରେ ତାଲେବ ନାମକ ଜଣେ ସାଉଦି ଡାକ୍ତରଙ୍କୁ ଜର୍ମାନୀ ପୋଲିସ ଗିରଫ କିରଛି। ଅଭିଯୁକ୍ତ ଡାକ୍ତର ଜର୍ମାନୀର ଜଣେ ସ୍ଥାୟୀ ନାଗରିକ ଭାବେ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ବାସ କରୁଥିଲେ ବୋଲି ସୂଚନା ମିଳିଛି। ପ୍ରଥମେ ଏହି ଘଟଣାରେ ୧୧ ଜଣ ପ୍ରାଣ ହରାଇଥିଲେ ବୋଲି ପ୍ରସାରିତ ହୋଇଥିଲା। ମାତ୍ର ୨ ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ମାର୍କେଟରେ ଶହ ଶହ ଲୋକ ଥିବାବେଳେ ବିଏମଡବ୍ଲୁ କାରଟି ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ମାଡିଯାଇଥିଲା। ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କଜ। ତାଲେବ ୨୦୦୬ରୁ ଜର୍ମାନୀରେ ବାସ କରିଆସୁଥିଲା। ସୂଚନା ମୁତାବକ ଆତଙ୍କବାଦୀ ଲିଙ୍କରେ ତାଲେବ ଥିଲା ସାଉଦିଆରବର ୱାଣ୍ଟେଡ ଅପରାଧୀ। ସେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ହେବା ସହ ମଧ୍ୟପ୍ରାଚ୍ୟରୁ ୟୁରୋପୀୟ ରାଷ୍ଟ୍ରକୁ ଯୁବତୀ ଚାଲାଣ ରାକେଟରେ ସାମିଲ ଥିଲା। ତେବେ ତାଲେବକୁ ସାଉଦିଆରବ ହାତରେ ପ୍ରତ୍ୟର୍ପଣ କରିବା ଲାଗି ଜର୍ମାନୀ ଅଗ୍ରାହ୍ୟ କରିଥିଲା। ୮ ବର୍ଷ ତଳେ ଆନିସ ଆମ୍ରି ନାମକ ଟ୍ୟୁନିସିଆର ଜଣେ ଯୁବକ ବର୍ଲିନର ଖ୍ରୀସମାସ ମାର୍କେଟରେ କାର୍ ଚଢାଇ ଦେବାରୁ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

Latest Posts

Don't Miss