spot_img

Latest Posts

ମାଲିକ ହେବ ତ ଏମିତି, ଗୋଟିଏ ଝଟକାରେ ୫ଶହ କର୍ମଚାରୀଙ୍କୁ କରିଦେଲେ କୋଟିପତି

ବିଜନେସ୍ ସଫ୍ଟୱେୟାର ଫାର୍ମ ଫ୍ରେଶୱାର୍କସ୍ Inc. ବୁଧବାର ଦିନ ଆମେରିକୀୟ ଏକ୍ସଚେଞ୍ଜ ନେସଡେକ୍ ରେ ଧମାକାଦାର ଏଣ୍ଟ୍ରି କରିଛି । ଏଥିସହିତ କମ୍ପାନୀ ଏହାର ୫୦୦ କର୍ମଚାରୀଙ୍କୁ କୋଟିପତି କରିଦେଇଛି । ଏଥିମଧ୍ୟରୁ ୬୯ ଜଣଙ୍କ ବୟସ ୩୦ ବର୍ଷରୁ କମ୍। ନେସଡେକରେ ତାଲିକାଭୁକ୍ତ ହୋଇଥିବା ଏହା ହେଉଛି ଭାରତର ପ୍ରଥମ ସଫ୍ଟୱେର୍ ଏଜ୍ ସର୍ଭିସେସ୍ (SaaS) ଏବଂ ୟୁନିକର୍ଣ୍ଣ କମ୍ପାନୀ ।

ଗିରିଶ ମଥ୍ରୁବୁଥମ୍ ଙ୍କ ଏହି କମ୍ପାନୀର ସେୟାରଗୁଡିକ ଏହାର ଇସ୍ୟୁ ପ୍ରାଇମରେ ୨୧ ପ୍ରତିଶତ ପ୍ରିମିୟମରେ ନେସଡେକ ଇଣ୍ଡେକ୍ସରେ ଏଣ୍ଟ୍ରି କରିଛି । ଏହା ସହିତ କମ୍ପାନୀର ମାର୍କେଟ କ୍ୟାପ୍ ୧୨ ବିଲିୟନ୍ ଡ଼ଲାରରୁ ଉପରେ ପହଞ୍ଚିଛି ।

୫୦୦ କର୍ମଚାରୀ ବନିଲେ କୋଟିପତି

ଗିରିଶଙ୍କ କହିବାନୁଯାୟୀ ଫ୍ରେଶୱାର୍କ ସାର୍ବଜନୀନ ହେବା ସହିତ କମ୍ପାନୀର ୫୦୦ କର୍ମଚାରୀ କୋଟିପତି ହୋଇପାରିଛନ୍ତି ।  FreshWorks ର ଦୁଇ-ତୃତୀୟାଂଶ କର୍ମଚାରୀ ସେୟାର ହୋଲଡର୍ । କମ୍ପାନୀର କୋଫାଉଣ୍ଡର ତଥା ସିଇଓ ମାତୃଭୁତମ କହିଛନ୍ତି ଯେ ଯେଉଁମାନେ କମ୍ପାନୀ ତିଆରି କରିବା ପାଇଁ ଦିନରାତି ପରିଶ୍ରମ କରିଥିଲେ ସେମାନଙ୍କୁ ପୁରସ୍କାର ମିଳିବା ଉଚିତ୍। ଭାରତରେ ଆମର ୫୦୦ରୁ ଅଧିକ କର୍ମଚାରୀ କୋଟିପତି ହୋଇଯିବେ। ତନ୍ମଧ୍ୟରେ ୬୯ ଜଣଙ୍କ ବୟସରୁ ୩୦ ବର୍ଷରୁ କମ୍ ।

ତେବେ ଭାରତ ବଦଳରେ ଆମେରିକାରେ କମ୍ପାନୀ ତାଲିକାଭୁକ୍ତ କରିବା ନେଇ ସେ କହିଛନ୍ତି ଯେ ଫ୍ରେଶୱାର୍କ ଆରମ୍ଭରୁ ଏକ ବିଶ୍ୱସ୍ତରୀୟ କମ୍ପାନୀ ରହିଆସିଛି। ଏହାର ଗ୍ରାହକ ୧୨୦ରୁ ଅଧିକ ଦେଶରେ ଅଛନ୍ତି ଏବଂ ଏହାର ଅଧିକାଂଶ ରାଜସ୍ୱ ଆମେରିକାରୁ ଆସିଥାଏ ।

Latest Posts

Don't Miss