ଉତ୍ତରାଖଣ୍ଡରେ ଭାଙ୍ଗିଲା ହିମ ଖଣ୍ଡ, ୫୦ରୁ ଅଧିକ ନିଖୋଜ

1 min read

ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ତାପୋଭାନ ନିକଟରେ ବରଫ ଅତଡ଼ା ଖସି ପଡ଼ିଛି। ଏହି କାରଣରୁ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ବନ୍ୟା ପରିସ୍ଥିତି ଉପୁଜିଛି। ଘଟଣାରେ ୧୦୦ରୁ ୧୫୦ ଶ୍ରମିକଙ୍କ ମୃତ୍ୟୁ ହେଉଥିବା ଆଶଙ୍କା କରାଯାଉଛି ବୋଲି ମୁଖ୍ୟ ସାଶନ ସଚିବ ଓମ ପ୍ରକାଶ କହିଛନ୍ତି। ଅଧିକଗଲ ନିଖୋଜ ଥିବା ଆଶଙ୍କା କରାଯାଉଛି। ପ୍ରଶାସନ ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଇ ଲୋକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରିଦେଇଛି।

ମଲି ଜୋଶିମଠ ଠାରୁ ୨୪ କିଲୋମିଟର ଦୂରରେ ଥିବା ପାଙ୍ଗ ଗ୍ରାମ ଉପରେ ଏହି ବିରାଟ ହିମ ଖଣ୍ଡ ପଡ଼ିଛି। ଫଳରେ ଧୌଲିଗଙ୍ଗା ନଦୀରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ  ଋଷି ଗଙ୍ଗା ବିଦ୍ୟୁତ୍ ପ୍ରକଳ୍ପର ବହୁ କ୍ଷତି ହୋଇଛି। ଏହା ସହିତ କିଛି ଝୁଲା ପୋଲ  ମଧ୍ୟ ଭାଙ୍ଗିଯାଇଛି । ଏହା ବ୍ୟତୀତ ନିର୍ମାଣାଧୀନ ତପୋଭାନ୍ ବିଷ୍ଣୁଗଡ଼ ଜଳ ବିଦ୍ୟୁତ୍ ପ୍ରକଳ୍ପର ଡ୍ୟାମ୍ ପାର୍ଶ୍ୱ ବ୍ୟାରେଜ୍ ସ୍ଥାନ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି।

 

ପ୍ରସାଶନ ଆଲାକାନ୍ଦା ନଦୀ ଏବଂ ଧୋଲି ନଦୀ କୂଳରେ ରହୁଥିବା ଲୋକଙ୍କୁ ସତର୍କ କରିବା ସହ  ସେମାନଙ୍କୁ ଶୀଘ୍ର ସେ ସ୍ଥାନ ଛାଡ଼ିବାକୁ କହିଦେଇଛି। ୨ଶହରୁ ଅଧିକ ଆଇଟିବିପି କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। SDRGର ୧୦ ଟି ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହରିଦ୍ୱାର, ଋିଷିକେଶ ଏବଂ ଶ୍ରୀନଗରରେ ସତର୍କ ସୂଚନା ଜାରି କରାଯାଇଛି।

ଅନ୍ୟପଟେ ଗ୍ଲେସିୟର ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କୌଣସି ପ୍ରକାରର ଗୁଜବ ପ୍ରତି ଧ୍ୟାନ ନଦେବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। ଏଥିସହ ଘଟଣାର ସୂଚନା ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ତଥା ଡିଏମ ଚାମୋଲିଙ୍କଠାରୁ ନିଆଯାଇଛି। ମୁଖ୍ୟ ପରିସ୍ଥିତି ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ସମ୍ପୃକ୍ତ ସମସ୍ତ ଜିଲ୍ଲାକୁ ସତର୍କ କରାଇଛନ୍ତି। ଚାମୋଲି ଜିଲ୍ଲା ପ୍ରଶାସନ, ଏସଡିଆରଏଫର ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଗଙ୍ଗା ନଦୀ କୂଳକୁ ନ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି।

https://twitter.com/bhaiyyajispeaks/status/1358308768728064000?s=20

Leave a Reply