Facebook, Insta ପରେ ଏବେ Gmail ଡାଉନ୍

1 min read

ନୂଆଦିଲ୍ଲୀ: ନିକଟ ଅତୀତରେ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ ର ସର୍ଭିସ ଡାଉନ୍ ହୋଇଥିଲା । ଆଉ ଏବେ ଜିମେଲ୍ ଡାଉନ୍ ହୋଇଥିବା ନେଇ ଖବର ମିଳିଛି । ଭାରତର ଅନେକ ଅଂଶରେ ଏଭଳି ସମସ୍ୟା ହୋଇଥିବା ବେଳେ ୟୁଜର୍ସଙ୍କ ନିକଟକୁ ମେଲ୍ ଆସୁନାହିଁ କି ପଠାଇ ପାରୁନାହାଁନ୍ତି ।

ଇଣ୍ଟରନେଟ୍ ସର୍ଭିସ୍ ଆଉଟେଜ୍ ଉପରେ ନଜର ରଖୁଥିବା  Down Detector ଅନୁଯାୟୀ, ୱେବସାଇଟ୍ ଆସେସରେ ଅସୁବିଧା ହେଉଥିବା ନେଇ ୬୮% ଲୋକ ଦାବି କରିଛନ୍ତି । ସେହିପରି ୧୮% ୟୁଜର୍ସ ସର୍ଭର କନେକ୍ସନ ନେଇ ରିପୋର୍ଟ କରିଥିବା ବେଳେ ୧୪% ଲଗ-ଇନରେ ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।

ଯାହାକୁ ନେଇ ୟୁଜର୍ସ ମାନେ #gmaildown ହାସଟ୍ୟାଗ୍ ସହ ଟ୍ୱିଟ୍ କରିବାରେ ଲାଗିଛନ୍ତି । ଏଯାବତ୍ କମ୍ପାନୀ ପକ୍ଷରୁ ସର୍ଭିସ୍ ଡାଉନ୍ ନେଇ କୌଣସି କାରଣ ପ୍ରକାଶ କରାଯାଇନାହିଁ ।

ସୂଚନାଯୋଗ୍ୟ, ଅକ୍ଟୋବର ୪ ତାରିଖ ଦିନ ଫେସବୁକ ମାଲିକାନାରେ ଥିବା ଫେସ୍‌ବୁକ୍, ଇନଷ୍ଟା ଓ ହ୍ୱାଟ୍ସଆପ୍‌ ପ୍ରାୟ ୬ ଘଣ୍ଟା ପାଇଁ ଡାଉନ୍ ହୋଇପଡିଥିଲା। ସାରା ଦେଶରେ ଏହି ଲୋକପ୍ରିୟ ସୋସିଆଲ୍ ମିଡିଆଗୁଡ଼ିକ ବନ୍ଦ ହୋଇଯିବା ପରେ ଲୋକମାନେ ନାନା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଥିଲା। ଯଦିଓ ଟ୍ୱିଟର ସ୍ୱାଭାବିକ ଭାବେ କାମ କରୁଥିଲା ତଥାପି ଏହି ୩ ସାମାଜିକ ଗଣମାଧ୍ୟମ କାମ କରୁନଥିବାରୁ ଏହାକୁ ନେଇ ଟ୍ୱିଟରରେ ଜୋରଦାର ଟ୍ରୋଲିଂ ହୋଇଥିଲା।

Leave a Reply