ରାଶିନୁଯାୟୀ ମା ଦୁର୍ଗାଙ୍କ କେଉଁ ରୂପ, କେଉଁ ନୀତିନିୟମ ପାଳନ କରି ପୂଜା କଲେ ମିଳିବ ଶୁଭଫଳ, ଜାଣନ୍ତୁ

1 min read

ଦୁର୍ଗାପୁଜା ୨୦୨୧: ଧର୍ମରେ ମାତୃପୂଜାକୁ ସର୍ବାଗ୍ରେ ସ୍ଥାନ ଦିଆଯାଇଛି । ଆଶ୍ୱିନ ମାସ ମାତୃପୂଜାର ମହାର୍ଘ ଅବସର । ରାଜରାଜେଶ୍ୱରୀ ମମତାମୟୀ କରୁଣାମୟୀ ମା’ଦୁର୍ଗତିନାଶିନୀ ଦୁର୍ଗାଙ୍କର ପୂଜାର୍ଚ୍ଚନା, ଆରାଧନା କଲେ ମନୁଷ୍ୟ ବା ଭକ୍ତ ଅଚିରେ ଦୁଃଖକଷ୍ଟ ବିପତ୍ତିରୁ ଉଦ୍ଧାର ପାଏ । ମା’ ଦୁର୍ଗାଙ୍କର ନବରୂପ ବ୍ୟତୀତ ଆହୁରି ଅନେକ ରୂପ ରହିଛି । ଯେକୌଣସି ସ୍ୱରୂପକୁ ଭକ୍ତ ଅନ୍ତରର ସହ ଆରାଧନା କଲେ ମା’ ନିଶ୍ଚିତ ସନ୍ତାନକୁ ଶରଣ ଦେଇ ନିଜ କୋଳକୁ ଆଉଜାଇ ନିଅନ୍ତି । ତେବେ ନବରାତ୍ରୀ ବେଳେ ମା’ଙ୍କର ନବରୂପର ଆରାଧନା ନୀତିନିୟମ, ଶୁଦ୍ଧପୂତ ପୂର୍ବକ କରିବା ଉଚିତ ।

ଆଉ କେତୋଟି ଦିନ ପରେ ପବିତ୍ର ନବରାତ୍ରୀ । ଏହି ସମୟରେ ଦ୍ୱାଦଶ ରାଶିନୁଯାୟୀ ମା’ଙ୍କର କେଉଁ ରୂପ, କେଉଁ ମନ୍ତ୍ର ତଥା ନୀତିନିୟମ  ପାଳନ କରି ପୂଜାର୍ଚ୍ଚନା କଲେ ସର୍ବୋଚ୍ଚ ଶୁଭଫଳ ପ୍ରାପ୍ତି ହୋଇପାରିବ ଆସନ୍ତୁ ଜାଣିବା ଏବଂ ସେହି ଅନୁଯାୟୀ ମାତୃ ଆରାଧନା ଲାଗି ନିଜକୁ ପ୍ରସ୍ତୁତ କରିବା । ରାଶି ବ୍ୟକ୍ତିଙ୍କର ସାମାଜିକ ପ୍ରତିଷ୍ଠା, ଆର୍ôଥକ ଉନ୍ନତି,ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାର ସୁଯୋଗ ଆସିପାରେ ।

ମେଷ- ଶୁଭଫଳ ବୃଦ୍ଧି ଲାଗି ମା’ଙ୍କର ଶୈଳପୁତ୍ରୀ ରୂପକୁ କମଳା ରଙ୍ଗର ପୁଷ୍ପ,ଫଳ, କନିଅର ଫୁଲ ଦୁର୍ବା ସମର୍ପଣ କରିବା ସହ ‘ଓଁ ଶୈଳପୁତ୍ରୀୟୈ ନମଃ’ ଜପ କରନ୍ତୁ । ଏହି ସମୟରେ କମଳା ରଙ୍ଗର ବସ୍ତ୍ର ଧାରଣ କରିବା ବିଧେୟ ।

ବୃଷ-ରାଶି ବ୍ୟକ୍ତିଙ୍କର ସନ୍ତାନସନ୍ତତିଙ୍କୁ ନେଇ ଖୁସି, ଗୁରୁଜନଙ୍କ ସହଯୋଗ,ସ୍ୱାସ୍ଥ୍ୟଲାଭ,ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଶୁଭତ୍ୱ ବୃଦ୍ଧି ପାଇଁ ଶ୍ୱେତ ବସ୍ତ୍ର ପିନ୍ଧି ମା’ଙ୍କର ‘ବ୍ରହ୍ମଚାରିଣୀ’ ରୂପକୁ ଧ୍ୟାନ କରନ୍ତୁ । ଶ୍ୱେତରଙ୍ଗର ପଦ୍ମ,ବେଲପତ୍ର,ଫଳ ଆଦି ସମର୍ପଣ କରିବା ସହ ‘ଓଁ ବ୍ରହ୍ମଚାରଣୀୟୈ ନମଃ’ ଜପ କରନ୍ତୁ ।

ମିଥୁନ- ରାଶି ବ୍ୟକ୍ତିଙ୍କର ବନ୍ଧୁ ମତାନ୍ତର,ଦୂରଯାତ୍ରା,ବାରମ୍ବାର ଚେଷ୍ଟା କରି ସୁଫଳ ମିଳିବା ସହିତ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ତେବେ ଶୁଭଫଳ ବୃଦ୍ଧି ଲାଗି ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ମା’ଙ୍କର ଚନ୍ଦ୍ରଘଂଟା ରୂପକୁ ମିଶ୍ରିତ ରଙ୍ଗର ପୁଷ୍ପ, ଦୁର୍ବା,ବେଲପତ୍ର, ଫଳ ଆଦି ଅର୍ପଣ କରି ‘ଓଁ ଚନ୍ଦ୍ରଘଂଟାୟୈ ନମଃ’ ଜପ କରନ୍ତୁ ।

 କର୍କଟ- ରାଶିର ବ୍ୟକ୍ତି ସୁଖସମ୍ମାନ ପାଇବା ସହ ଭାଇଭଉଣୀଙ୍କ ସହଯୋଗ,ରାଜନୀତିରେ ସୁନାମ, କାର୍ଯ୍ୟସିଦ୍ଧି ପ୍ରାପ୍ତି ଯୋଗ ରହିଛି । ମା’ଙ୍କର ‘କୁଷ୍ମାଣ୍ଡା’ ରୂପକୁ ଧଳା ବସ୍ତ୍ର ଧାରଣ କରି ସେହି ଧଳା ବା ଶ୍ୱେତ ରଙ୍ଗରପୁଷ୍ପ,ଚନ୍ଦନ,ଫଳ ଅର୍ପଣ କରି ପୂଜା କରିବେ । ‘ଓଁ କୁଷ୍‌ମାଣ୍ଡାୟୈ ନମଃ’ ଜପ କରନ୍ତୁ ।

ସିଂହ- ରାଶିର ବ୍ୟକ୍ତିଙ୍କର ସ୍ନେହସୌହାର୍ଦ୍ଦୟ ଅକ୍ଷୁର୍ଣ୍ଣ ରହିବା ସହ ଅର୍ଥ ଲାଭ, ପଡ଼ୋଶୀଙ୍କ ସହଯୋଗ, ସମସ୍ୟାରୁ ମୁକ୍ତି ଆଦି ଶୁଭଫଳ ପ୍ରାପ୍ତିର ସମ୍ଭାବନା ରହିଛି । ଶୁଭତ୍ୱର ବୃଦ୍ଧି ଲାଗି ଗୋଲାପି ରଙ୍ଗର ବସ୍ତ୍ର ଧାରଣ ପୂର୍ବକ ମା’ସ୍କନ୍ଦମାତାଙ୍କୁ ପୂଜା କରନ୍ତୁ । ସେହି ଗୋଲାପି ରଙ୍ଗର ଫୁଲ,ଫଳ, କୁଙ୍କୁମ ଆଦି ସମର୍ପଣ କରି ‘ଓଁ ସ୍କନ୍ଦମାତାୟୈ ନମଃ’ ଜପ କରନ୍ତୁ ।

କନ୍ୟା- ଏହି ରାଶିର ବ୍ୟକ୍ତିଙ୍କର ସୁଖସମ୍ମାନ ପ୍ରାପ୍ତି, ଆର୍ଥିକ ସମୃଦ୍ଧି,ପାରିବାରିକ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଶୁଭତ୍ୱ ବୃଦ୍ଧି ଲାଗି ସବୁଜ (ଟିଆ) ରଙ୍ଗର ବସ୍ତ୍ର ଧାରଣ କରି ମା’ଙ୍କର ‘ବ୍ରହ୍ମଚାରିଣୀ’ ରୂପକୁ ବିବିଧ ପୁଷ୍ପଫଳ ତଥା ଦୁର୍ବା ସମର୍ପଣ ପୂର୍ବକ ଓଁ ବ୍ରହ୍ମଚାରିଣୀୟୈ ନମଃ’ ଜପ କରନ୍ତୁ ।

ତୁଳା- ରାଶିର ବ୍ୟକ୍ତିଙ୍କର ବ୍ୟର୍ଥ ଚିନ୍ତା, ଅସ୍ଥିରତା, କାର୍ଯ୍ୟ ବିଳମ୍ବ ସହିତ ଚାକିରିରେ ସମସ୍ୟା ସୃଷ୍ଟି ସମ୍ଭାବନା ରହିଛି । ତେବେ ଏସବୁ ସମସ୍ୟା ଦୂର ସହ ଶୁଭ ଫଳ ପ୍ରାପ୍ତି ଲାଗି ମା’ଙ୍କର କାତ୍ୟାୟନୀ ରୂପକୁ ଧ୍ୟାନ କରନ୍ତୁ । ପୂଜା ବେଳେ ଧୁଷୁରିଆ (ହାଲ୍‌କା କଳା ସହ ଧବଳ)ରଙ୍ଗର ବସ୍ତ୍ର ଧାରଣ କରିବେ । ପୁଷ୍ପ,ଫଳ,ଚନ୍ଦନ ଆଦି ଅର୍ପଣ କରି ‘ଓଁ କାତ୍ୟାୟନୀୟୈ ନମଃ’ ଜପ କରନ୍ତୁ ।

ବିଛା-ରାଶିର ବ୍ୟକ୍ତିଙ୍କ ଧନ ସମ୍ମାନ ପ୍ରାପ୍ତି, ପୁରାତନ କାର୍ଯ୍ୟ ସମ୍ପନ୍ନ, ଚାକିରିରେ ପଦୋନ୍ନତି, ସ୍ୱାସ୍ଥ୍ୟ ଜନିତ ସୁଖ ପ୍ରାପ୍ତ ହେବ । ଶୁଭତ୍ୱ ବୃଦ୍ଧି ଲାଗି  କାଳରାତ୍ରୀ’ରୂପକୁ ଲାଲ ରଙ୍ଗର ଫୁଲ ଫଳ ସିନ୍ଦୁର ସମର୍ପଣ ପୂର୍ବକ ପୂଜାର୍ଚ୍ଚନା କରିବେ । ପୂଜା ବେଳେ ଲାଲ ରଙ୍ଗର ବସ୍ତ୍ର ଧାରଣ କରିବା ସହ ‘ଓଁ ଦୁର୍ଗାୟୈ ନମଃ’ ଜପ କରିବା ବିଧେୟ ।

ଧନୁ-ଏହି ରାଶିର ବ୍ୟକ୍ତିଙ୍କର ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି । ଏଥିସହ ସମ୍ମାନ, କର୍ମୋନ୍ନତି, ରାଜନୀତିରେ ପ୍ରଭାବଶାଳୀ ରହିବେ । ଆହୁରି ଭାଗ୍ୟରେ ଉନ୍ନତି ଲାଗି ମା’ଙ୍କର “ମହାଗୌରୀ’ ରୂପକୁ ପୂଜା କରନ୍ତୁ । ପୂଜାବେଳେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ହଳଦିଆ ରଙ୍ଗର ଫୁଲ, ବେଲପତ୍ର,ଦୁର୍ବା,ଫଳ,ମିଷ୍ଟାନ୍ନ ଅର୍ପଣ କରି ‘ଓଁ ଅମ୍ବିକାୟୈ ନମଃ’ ଜପ କରନ୍ତୁ ।

 ମକର-ଏହି ରାଶି ବ୍ୟକ୍ତିଙ୍କର ଆର୍ôଥକ ଉନ୍ନତି, ଶତ୍ରୁନାଶ, ଆନନ୍ଦ ଉଲ୍ଲାସ, ଆତ୍ମିକ ଉନ୍ନତି ଯୋଗ ରହିଛି । ମା’ଙ୍କର ଆଶୀର୍ବାଦ ପ୍ରାପ୍ତି ପାଇଁ ଆପଣନୀଳରଙ୍ଗର ବସ୍ତ୍ର ଧାରଣ ପୂର୍ବକ ମା’ କାଳରାତ୍ରୀଙ୍କର ପୂଜାର୍ଚ୍ଚନା କରନ୍ତୁ । ନୀଳ ରଙ୍ଗର ପୁଷ୍ପ (ଅପରାଜିତା ସହ) ଦୁର୍ବା,ଫଳ, ମିଷ୍ଟାନ୍ନ ଅର୍ପଣ ସହ ‘ଓଁ ଶିବାୟୈ ନମଃ’ ଜପ କରନ୍ତୁ ।

କୁମ୍ଭ – ଏହି ରାଶିର ଶତ୍ରୁ ବୃଦ୍ଧି, ବୃଥା ଭ୍ରମଣ, ଅର୍ଥହାନି ସମ୍ଭାବନା ରହିଛି । ଏସବୁ ପ୍ରତିକୂଳ ସ୍ଥିତିରୁ ମୁକ୍ତି ସହିତ ଶୁଭଫଳ ବୃଦ୍ଧି ଲାଗି ପୂଜା କରନ୍ତୁ ମା’ଙ୍କର “ସିଦ୍ଧିଦାତ୍ରୀ’ ରୂପକୁ । ସିଦ୍ଧିଦାତ୍ରୀଙ୍କୁ ବିଭିନ୍ନ ରଙ୍ଗର ଫୁଲ,ଫଳ,ତିଳ,ମିଷ୍ଟାନ୍ନରେ ପୂଜାକଲେ ମା’ସନ୍ତୁଷ୍ଟ ହେବ । ‘ଓଁ ଚାମୁଣ୍ଡାୟୈ ନମଃ’ ଜପ କରିବେ ।

ମୀନ-ରାଶି ବ୍ୟକ୍ତିଙ୍କର ଶତ୍ରୁ ନାଶ,ସୁଖସନ୍ତୋଷ, ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ଶୁଭାଶୁଭ ବୃଦ୍ଧି ଲାଗି ହାଲ୍‌କା ହଳଦିଆ (ମାଟିଆ ରଙ୍ଗ ବି ହେବ) ରଙ୍ଗର ବସ୍ତ୍ର ଧାରଣ କରି ମା’ଙ୍କର ‘ସ୍କନ୍ଦମାତା’ ରୂପକୁ ପୂଜା କରିବେ । ମା’ଙ୍କ ଠାରେ ହଳଦିଆ ରଙ୍ଗର ପୁଷ୍ପ, ଚନ୍ଦନ, ଫଳ, ବସ୍ତ୍ର, ମିଷ୍ଟାନ୍ନ ଅର୍ପଣ ପୂର୍ବକ ‘ମା ତାରିଣୀୟୈ ନମଃ’ ଜପ କରନ୍ତୁ ।

Leave a Reply