ଅକ୍ଷୟ ତୃତୀୟାରେ ଶସ୍ତାହେବ ସୁନା ଓ ରୂପାର ଦରଦାମ୍..

ସୁନା କିଣିବାକୁ ମନ ବଳାଉଛନ୍ତି କି? ଆସୁଥିବା ଅକ୍ଷୟ ତୃତୀୟାରେ କିଣିବାକୁ ଚାହୁଁଛନ୍ତି କି ସୁନା ? ତେବେ ନିଶ୍ଚିତ ଏହା ଏକ ଭଲ ସୁଯୋଗ । ବର୍ତମାନ ସୁନା ଓ ଚାନ୍ଦୀର ଦାମ୍ ସାମାନ୍ୟ କମ୍ ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଂଜରେ ଆଜି ସକାଳୁ ସୁନାର ଦରଦାମ କମିଛି ବୋଲି ସୂଚନା ରହିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାଦର ଦଶ ଗ୍ରାମ ପ୍ରତି ୪୪,୯୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ଦଶଗ୍ରାମ ପ୍ରତି ୪୫,୯୦୦ ଟଙ୍କା ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପ୍ରତି ୪୪,୬୧୦ଟଙ୍କା ଓ ୪୮,୬୭୦ଟଙ୍କା ରହିଛି । ଦେଶରେ ପ୍ରମୂଖ ସହର ମାନଙ୍କରେ ସୁନାର ଦରରେ କିଛିଟା ପରିବର୍ତ୍ତନ ଆସିଛି । ତେଣୁକରି ଆଶା କରାଯାଉଛି ଯେ ଅକ୍ଷୟ ତୃତୀୟାରେ ସୁନା ଓ ଚାନ୍ଦିର ଦରଦାମ୍‌ରେ ପରିବର୍ତ୍ତନ ହେବ । ଗ୍ରାହକମାନେ ସୁନା କିଣିବା ବେଳେ ନିଶ୍ଚିତ ରୂପେ ଶୁଦ୍ଦତା ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତି । ତେଣୁକରି ଗ୍ରାହକଙ୍କ ସଠିକ୍ ସୁନାର ଶୁଦ୍ଦତା ଜାଣିବା ପାଇଁ ସରକାରଙ୍କ ଦ୍ୱାରା ଏକ ଆପ୍ ମଧ୍ୟ ଜାରୀ କରାଯାଇଛି । ବିସ୍ କେୟାର ଆପ୍ ଜରିଆରେ ଗ୍ରାହକ ସୁନାର ଶୁଦ୍ଦତା ଭଲ ଭାବରେ ଜାଣିପାରିବେ ।

Leave a Reply