ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଓ ରୂପା ଦର

ଭୁବନେଶ୍ବର: ଗ୍ରାହକଙ୍କ ପାଇଁ ଖୁସି ଖବର। କମିଲା ସୁନା ଓ ରୂପାର ଦର। ବାହାଘର ଋତୁ ଚାଲିଥିବା ବେଳେ ସୁନାଦରରରେ ହ୍ରାସ ଗ୍ରାହକଙ୍କ ପାଇଁ ଖୁସି ଆଣିଦେଇଛି। ଆଜି ୨୪ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ୬୩ହଜାର ୩୩୨ ଟଙ୍କା ରହିଛି । ପୂର୍ବରୁ ଏହା ୧୦ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୬୩ହଜାର ୪୫୨ ଟଙ୍କା ଥିଲା । ୦.୧୩ ପ୍ରତିଶତ ହ୍ରାସ ସାମାନ୍ୟ ଆସ୍ବଶ୍ତି ଆଣିଛି । ଆଜି ୨୨ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୬୩,୦୭୮ ଟଙ୍କା ରହିଛି ।

ସେହିଭଳି ୯୧୬ ପ୍ରତିଶତ ଶୁଦ୍ଧତା ଥିବା ୨୨ କ୍ୟାରେଟ ସୁନାର ଦାମ୍ ରହିଛି ୫୮,୦୧୨ ଟଙ୍କା । ସେହିପରି ୧୮ କ୍ୟାରେଟ ସୁନାର ଦାମ୍ ରହିଛି ୪୭,୪୯୯ ଟଙ୍କା । ସୁନାଭଳି ରୂପା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ପୂର୍ବରୁ ଏହା କିଲୋ ପ୍ରତି ୭୪ ହଜାର ଟଙ୍କା ଥିବା ବେଳେ ଏବେ ଏହା ୭୪ ହଜାର ଟଙ୍କା ତଳକୁ ଖସି ୭୩,୪୦୦ ଟଙ୍କାରେ ପହଞ୍ଚିଛି ।

ରୂପାରେ କିଲୋପ୍ରତି ୬୬୦ ଟଙ୍କା ହ୍ରାସ ପାଇଛି । ୟେଲୋ ମେଟାଲରେ ନିବେଶ ଅଧିକ ବଢୁଥିବାରୁ ଲଗାତର ଦର ଉଚ୍ଚା ରହିଥିଲା । ଏବେ ସାମାନ୍ୟ ହ୍ରାସ ହେବା ପରେ ନିବେଶକମାନେ ଏଥିରେ ପୁଣି ନିବେଶ କରିବେ ବୋଲି ଆଶା କରାଯାଉଛି । ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସ କାରଣରୁ ସୁନା ଦରରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ତେବେ କିଛି ଯୁଦ୍ଧ କାରଣରୁ ଗତ ଅକ୍ଟୋବରରୁ ସୁନା ଦରରେ ୩ରୁ ୪ ହଜାର ଟଙ୍କାର ବୃଦ୍ଧି ପରିଲକ୍ଷିତ ହୋଇଛି ।