ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଜିଲ୍ଲାରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ । ଭଦ୍ରକ ଜିଲ୍ଲା ତୃପ୍ତି ପ୍ଲାଜା ନିକଟରୁ ସୁନା ଚେନ୍ ଲୁଟ୍ । ପଲସର ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ବେକରୁ ଝାମ୍ପିନେଲେ୧୬ ଗ୍ରାମ ଓଜନର ସୁନା ଚେନ୍ । ଗେଲପୁର ପଞ୍ଚାୟତ ଚାରିଘରିଆ ଦୁଃଖନଗରର ପଦ୍ମାବତୀ ମିଶ୍ର ସ୍ଵାମୀ ଓ ଝିଅଙ୍କ ସହିତ ବାଇକରେ ମାର୍କେଟରୁ ଘରକୁ ଫେରୁଥିଲେ । ଘରକୁ ଫେରିବା ବାଟରେ ୨ଜଣ ଦୁର୍ବୃତ୍ତ ପଲସର ବାଇକରେ ଆସି ସୁନା ଚେନ୍ ଝାମ୍ପିନେଇ ଫେରାର ହୋଇଯାଇଛନ୍ତି । ଟାଉନ ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ ଜାରି ।