ଲକ୍ଷେ ଟଙ୍କା ପାର୍ କଲା ସୁନା ଦର

ନନ୍ଦିଘୋଷ ବ୍ୟୁରୋ: ଲକ୍ଷେ ଟଙ୍କା ପାର୍ କଲା ସୁନା ରେଟ୍ । ଆଜି 22 କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୯୩ ହଜାର ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ଲକ୍ଷେ ଟଙ୍କା ପାର୍ କରିଛି। ରହିଛି ୧ ଲକ୍ଷ ୧ ହଜାର ଟଙ୍କା। ଆଗକୁ ଆହୁରି ସୁନା ଦର ବଢିବା ନେଇ କୁହା ଯାଉଛି। ଅଧିକ ରେଟ୍ ଯୋଗୁଁ ବେପାର କମିବା ଆଶଙ୍କା ରହିଛି। ବିଶ୍ଵ ଆର୍ଥିକ ସ୍ଥିତି ଓ ଟ୍ରମ୍ପଙ୍କ ଟ୍ରେଡ୍ ୱାର ପାଇଁ ଏପରି ଅବସ୍ଥା ବୋଲି କୁହାଯାଉଛି।