ଲକ୍ଷେ ଟପିଲା ସୁନା ଦର , ଚିନ୍ତାରେ ମଧ୍ୟବିତ୍ତ

ନନ୍ଦିଘୋଷ ବ୍ୟୁରୋ : ଲକ୍ଷେ ଟପିଲା ୨୨ କ୍ୟାରେଟ ସୁନା ଦର। ଭୁବନେଶ୍ଵରରେ ୨୨ କାରେଟ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ପାର କରିଛି। ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ 1 ହଜାର ୧ସହ ହୋଇଛି। ସେପଟେ ହୁ ହୁ ହୋଇ ବଢୁଥିବା ସୁନା ଦରକୁ ନେଇ ଚିନ୍ତାରେ ମଧ୍ୟବିତ୍ତ। ରେକର୍ଡ ଭାଙ୍ଗିଛି ସୁନା ଦର । ଗତ ୧୫ ଦିନ ଭିତରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା  ୫ରୁ ୯ ହଜାର ଟଙ୍କା ମହଙ୍ଗା ହେଲାଣି।୧୫ ଦିନ ତଳେ ୧୦ ଗ୍ରାମ  ୨୨ କ୍ୟାରେଟ  ସୁନା ଦର ୯୩ ହଜାର ଟଙ୍କା ରହିଥିଲା

କାହିଁକି ବଢୁଛି ସୁନା ଦର ?

ସୁନା ଦର ବଢିବାର ଅନେକ କାରଣ ରହିଛି  । ପ୍ରଥମ କାରଣ ହେଉଛି ଟ୍ରମ୍ପଙ୍କ ଟାରିଫ ପାଇଁ ବିଶ୍ବ ବଜାରରେ ଅନିଶ୍ଚିତତା ଦେଖା ଦେଇଛି । ସେୟାର ମାର୍କେଟର ନିବେଶକ ମାନେ ସୟାର ବିକ୍ରି କରୁଛନ୍ତି । ସୁନା ଭଳି ସୁରକ୍ଷିତ ନିବେଶ ଉପରେ ଧ୍ୟାନ ଦେଉଛନ୍ତି ନିବେଶକ । ଚୀନ ଓ ରୁଷ ଭଳି ବଡ ବଡ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କ ଏବେ ଅଧିକ ମାତ୍ରାରେ ସୁନା କ୍ରୟ କରୁଛନ୍ତି । ଫଳରେ ଏହାର ଚାହିଦା ବଢିବାରେ ଲାଗିଛି । ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେବାରୁ ସୁନାର ମୁଲ୍ୟ ଉପର ମୁହାଁ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଗରିବ ଓ ମଧ୍ୟବିତ୍ତ ଲୋକ ମାନଙ୍କ ପାଇଁ ସୁନା କିଣିବା ସ୍ବପ୍ନ ପାଲଟିଗଲାଣି ।