ସୁନା କାହିଁକି ଏତେ ମହଙ୍ଗା ?  ପରଦା ପଛରେ ଚାଲିଛି ବଡ଼ ଖେଳ….!

ଦେଶରେ ଦୀପାବଳୀ ପୂର୍ବରୁ ଓ ପାର୍ବଣ ସିଜିନରେ ସୁନାର ଚମକ କମାଗତ ଭାବେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ସୁନା ଦର ନୂଆ ଶିଖରରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି । ଭାରତରେ ଗୁରୁବାର ଦିନ ସୁନା ଦର ପ୍ରତି ଗ୍ରାମ ପିଛା ରେକର୍ଡ ୧୨୮,୩୯୫ ଟଙ୍କାରେ ପହଞ୍ଚି ଯାଇଛି । ଗତ ଜାନୁଆରୀ ଠାରୁ ଏ କ୍ଷେତ୍ରରେ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ସୁନା ଦର ଯେଉଁ ହାରରେ ବଢ଼ିବାରେ ଲାଗିଛି, ସୁନାର ତସ୍କରୀ ମାମଲା ମଧ୍ୟ ଜୋରଦାର ବଢ଼ୁଛି । ଏକ ରିପୋର୍ଟ ମୁତାବକ, ଅବୈଧ ସୁନା ତସ୍କରୀ ମାମଲାରେ ଜବରଦସ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି । ସୀମିତ ପରିମାଣର ସୁନା ଯୋଗାଣ କାରଣରୁ ଏହାର ଦର ବୃଦ୍ଧି ପାଉଛି ବୋଲି ବ୍ୟବସାୟୀମାନେ ମଧ୍ୟ ସ୍ବୀକାର କରିଛନ୍ତି ।

ରିପୋର୍ଟରେ କୁହାଯାଇଛି, ଧନତେରାସ ଓ ଦୀପାବଳୀ ପୂର୍ବରୁ ଘରୋଇ ଦର ରେକର୍ଡ ହାଇରେ ରହିଛି । ଏଥିସହିତ ପୂରା ଭାରତରେ ସୁନାର ତସ୍କରୀରେ ମଧ୍ୟ ବୃଦ୍ଧି ଘଟିଛି । ପାର୍ବଣ ସିଜିନରେ ସୁନାର ଆଭୂଷଣ, କଏନର ଚାହିଦା ବଢ଼ିଥାଏ । ମାତ୍ର ମୂଲ୍ୟ ବୃଦ୍ଧି ଓ ସୀମିତ ଯୋଗାଣ ତସ୍କରୀକୁ ପ୍ରୋତ୍ସାହନ ଦେଉଛି । ଏହି ତସ୍କରୀ ଖେଳରେ ବହୁତ ଅର୍ଥ ରୋଜଗାର ହେଉଥିବା ଜଣାପଡ଼ିଛି । ମୁମ୍ବାଇର ଜଣେ ବେପାରୀ କହିଛନ୍ତି, ସୁନା ଦର ଯେତିକି ବଢ଼ୁଛି, ତସ୍କର ଅଧିକ ରୋଜଗାର କରୁଛନ୍ତି । ଆକର୍ଷଣୀୟର ଲାଭର ଏହି ଖେଳାରେ ତସ୍କରୀ ବଢ଼ିବାରେ ଲାଗିଛି । ବର୍ତ୍ତମାନର ବଜାର ସ୍ଥିତିକୁ ଦେଖିଲେ ଜଣାପଡ଼ିଛି, ଏକ କେଜି ସୁନାର ତସ୍କରୀ କରି ଆନୁମାନିକ ୧୧.୫ ଲକ୍ଷରୁ ଅଧିକ ଟଙ୍କା ଫାଇଦା ହେଉଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ତସ୍କରୀର ୩,୦୦୫ ମାମଲା ଦାୟର କରାଯାଇଛି । ସେଥିରେ ୨.୬ ମେଟ୍ରିକ ଟନ ସୁନା ଜବତ କରାଯାଇଥିଲା । ଚେନ୍ନାଇର ଜଣେ ଡିଲର କହିଛନ୍ତି, ପୂର୍ବରୁ ସୁନା ବଦଳାଇବା ପାଇଁ ସମୟ ଲାଗୁଥିଲା, ଅଧିକ ବିପଦ ରହିଥିଲା । ମାତ୍ର ଏବେ ପାର୍ବଣରେ ସୁନାର ଚାହିଦା ଏତେ ଯେତ କିଛି ଘଣ୍ଟା ମଧ୍ୟରେ ବିକ୍ରି ହୋଇପାରେ ।