spot_img

Latest Posts

ସ୍ୱାଭାବିକଭାବେ କାର୍ଯ୍ୟ କରୁଛି ଗୋପାଳପୁର ବନ୍ଦର

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍‌ (ଜିପିଏଲ୍‌)ରେ କାର୍ଯ୍ୟ ସ୍ୱାଭାବିକ ରହିଛି । ବର୍ଥରେ ମାଲ ପରିଚାଳନା ଜାର ରହିଛି । କରୋନା-୧୯ ବ୍ୟାପିବାକୁ ରୋକିବା ଲାଗି ବନ୍ଦର ତରଫରୁ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଜାହାଜ ମହାନିର୍ଦ୍ଦେଶାଳୟଠାରୁ ଏହା ହାସଲ କରିଥିବା ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରୁଛି । ବନ୍ଦର ଭିତରକୁ ଆସୁଥିବା ଜାହଜଗୁଡ଼ିକର ପରିଚାଳନା କରିବା ବେଳେ ନିୟମିତ ବ୍ୟବଧାନରେ ବନ୍ଦର ମନ୍ତ୍ରାଳୟ ତରଫରୁ ଜାରି କରାଯାଉଥିବା ଏସ୍‌ଓପିଗୁଡ଼ିକୁ ବନ୍ଦର ପାଳନ କରୁଛି । କର୍ମକ୍ଷେତ୍ରରେ ସୁରକ୍ଷିତ ପରିବେଶ ଲାଗି ବନ୍ଦର ପରିସରରେ ୨୪ ଘଣ୍ଟା ନିଜସ୍ୱ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୁର (ଏସ୍‌ଓପି)କୁ ବନ୍ଦର ପାଳନ କରୁଛି । ପରିଚାଳନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଏମ୍ୱର୍କମେଣ୍ଟ ଡିଏମ୍ୱର୍କମେଣ୍ଟ ପାଇଁ ଜାହାଜ ମାଲ ବୋଝେଇ ଅଞ୍ଚଳରେ ଅ-ସଂକ୍ରମଣ ତରଳ (ସୋଡିୟମ୍‌ ହାଇପୋକ୍ଳୋରାଇଟ୍ ) ବ୍ୟବହାର କରାଯାଉଛି । କରୋନା ଭୂତାଣୁ ବ୍ୟାପିବାକୁ ରୋକିବ ଲାଗି କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉପରେ ଜିପିଏଲ୍‌ ସଚେତନ କରୁଛି ।

ନୋଭେଲ୍‌ କରୋନା ଭୂତାଣୁ ବ୍ୟାପିବା ପରଠାରୁ ବନ୍ଦର ତରଫରୁ ସବୁ ପ୍ରକାର ପ୍ରତିଷେଧକମୂଳକ  ପଦକ୍ଷେପ ଗ୍ରହଣ କରାଯାଇଛି । ଜାହାଜରେ ରହି କରାଯାଉଥିବା ସବୁ ପ୍ରକାର କାର୍ଯ୍ୟ ଲାଗି ଶରୀରକୁ ସମ୍ପୂର୍ଣ୍ଣ ରୂପେ ସର୍ଜିକାଲ ପ୍ରୋଟେକ୍ସନ ସୁଟ୍‌ ଘୋଡ଼େଇ କରାଯାଉଥିବା ବେଳେ ବର୍ଥ ଅଞ୍ଚଳର, ରେଲଓ୍ୱେ ସାଇଡିଂ, ପାର୍କିଂ ୟାର୍ଡ, ମୁଖ୍ୟ ଫାଟକ ଏବଂ ଅନ୍ୟାନ୍ୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ବନ୍ଦରର କର୍ମଚାରୀମାନଙ୍କୁ କାମ ଆରମ୍ଭ କରିବା ପୂର୍ବରୁ ଓ ପରେ ଫ୍ରେସ୍‌ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପ୍ରଦାନ କରାଯାଉଛି ।

Latest Posts

Don't Miss