spot_img

Latest Posts

ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ କି ରୋହିତ ? ଜାଣନ୍ତୁ କଣ କହିଲେ ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ଟିକେଟ୍ ହାତେଇଛି ଭାରତ । ତେବେ ଦୀର୍ଘଦିନ ଧରି ରୋହିତଙ୍କ ଅବସର ଘୋଷଣାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିଲା । ଯଦିଓ ସେ ସେତେବେଳେ ଖରାପ ଫର୍ମ ଦେଇ ଗତି କରୁଥିଲେ । ମାତ୍ର ଏବେ ଆଭରେଜ ଖେଳ ପ୍ରଦର୍ଶନ କରୁଥିବାବେଳେ ଦଳ ଚାମ୍ପିୟନ୍ସ ଟ୍ରଫିରେ ଟାଇଟଲ ହାତେଇବା ପରେ ଅବସର ନେବେ ବୋଲି କୁହାଯାଉଛି । ଟି-୨୦ ବିଶ୍ବକପ ପରେ ରୋହିତ ଟି-୨୦ରୁ ଅବସର ଘୋଷଣା କରିଥିଲେ । ଆଉ ଏବେ ଦିନିକିଆରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ଏବେ ଦଳ ତାଙ୍କ ଅଧିନାୟକତ୍ବରେ ଦଳ ଯେଭଳି ପ୍ରଦର୍ଶନ କରୁଛି ଏହାକୁ ନେଇ ଆପଣମାନେ କୁହନ୍ତୁ ସେ ଅବସର ନେବା ଉଚିତ୍ କି ? ଗୌତମ ଗମ୍ଭୀର କହିଛନ୍ତି ଯେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ପାଖେଇ ଆସୁଛି… ଏବେ ଏହା ବିଷୟରେ ମୁଁ କ’ଣ କହିବି? କିନ୍ତୁ ମୁଁ ଗୋଟିଏ କଥା କହିବି ଯେ ଯଦି ତୁମର ଅଧିନାୟକ ଏହି ପ୍ରକାରର ଗତିରେ ବ୍ୟାଟିଂ କରନ୍ତି, ତେବେ ଏହା ଡ୍ରେସିଂ ରୁମକୁ ଏକ ବାର୍ତ୍ତା ଯେ ତାଙ୍କ ଭିତରେ ଏବେ ବି କ୍ରିକେଟ୍ ବାକି ଅଛି। ଗମ୍ଭୀର କହିଛନ୍ତି ଯେ ରୋହିତ ବଡ଼ ଇନିଂସ ଖେଳି ନଥିଲେ ମଧ୍ୟ ତାଙ୍କର ଇନିଂସ ପ୍ରଭାବଶାଳୀ ଥିଲା। ଆମେ ସମାନ ଆଧାରରେ ଆମର ଖେଳାଳିମାନଙ୍କୁ ମୂଲ୍ୟାଙ୍କନ କରୁ।

 

Latest Posts

Don't Miss