spot_img

Latest Posts

ବଦଳିଲା ସରକାର ଅଟକିଗଲା ବିକାଶ ; ଅଧାରେ ରହିଗଲା ପୋଖରୀର ପୁନରୁଦ୍ଧାର କାମ

ନନ୍ଦିଘୋଷ ବ୍ୟୁରୋ : ରାଜନୀତିର ପଶାପାଲିରେ ଜଳାଶୟ । ସରକାର ବଦଳିବା ପରେ ଅଧାରେ ରହିଗଲା ପୋଖରୀର ପୁନରୁଦ୍ଧାର କାମ । ପୋତିହୋଇଗଲାଣି ୬୦ ବର୍ଷର ପୋଖରୀ । ଯୋଡ଼ା ମ୍ୟୁନିସିପାଲିଟିର କମାରଯୋଡ଼ା ଠାରେ ଥିବା ପୋଖୀରର ପୁନରୁଦ୍ଧାର ହେଉନଥିବାରୁ ହୀନସ୍ତା ଭୋଗୁଛନ୍ତି ପାଞ୍ଚ ଶହରୁ ଉର୍ଦ୍ଧ୍ଵ ପରିବାର ।

ବଦଳିଲା ସରକାର । ଅଟକିଗଲା ବିକାଶ । ଅଧାରେ ରହିଗଲା ପୋଖରୀର ପୁନରୁଦ୍ଧାର କାମ । ପୋତିହୋଇଗଲାଣି ୬୦ ବର୍ଷର ପୋଖରୀ । କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲିଟିର ୧୧ ନମ୍ବର ଓ୍ବାର୍ଡ କମାରଯୋଡ଼ା ଠାରେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ୧୯୬୨ ମସିହାରେ ଏକ ପୋଖରୀ ଖୋଳାଯାଇଥିଲା । ପ୍ରାୟ ୧୪ ଏକର ଜମିରେ ଖୋଳାଯାଇଥିବା ପୋଖରୀ ଉପରେ ୩ଟି ୱାର୍ଡର ଲୋକେ ନିର୍ଭର କରୁଥିଲେ । ନବୀନ ସରକାର ପୋଖରୀର ପୁନରୁଦ୍ଧାର ପାଇଁ ଛଅ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଯୋଗାଇ ଦେଇଥିଲେ । ପୋଖରୀରୁ ପଙ୍କ ଉଦ୍ଧାର ସହ ପୋଖରୀ କଡରେ ପାର୍କ ନିର୍ମାଣ, ବିଦ୍ୟୁତକରଣ, ବୃକ୍ଷରୋପଣ ଓ ବୋଟିଙ୍ଗ ସୁବିଧା ପାଇଁ ଯୋଜନା ହୋଇଥିଲା । ଅନୁଦାନ ମିଳିବା ପରେ କାମ ଆରମ୍ଭ ବି ହୋଇଥିଲା । ମାତ୍ର ସରକାର ବଦଳିବା ପରେ ପୋଖରୀର ପୁନରୁଦ୍ଧାର କାମ ବନ୍ଦ କରିଦିଆଯାଇଛି ।

ପୁନରୁଦ୍ଧାର କାମ ଅଧପନ୍ତରିଆ ଭାବେ ପଡିରହିଥିବାରୁ ପୋଖରୀର ଜଳଧାରଣ କ୍ଷମତା ନଷ୍ଟ ହୋଇଗଲାଣି । ଅନାବନା ଗଛ ଲତାରେ ଭର୍ତ୍ତି ହୋଇଗଲାଣି ପୋଖରୀ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ପାଞ୍ଚ ଶହରୁ ଉର୍ଦ୍ଧ୍ଵ ପରିବାର । ଆଗକୁ ଗ୍ରୀଷ୍ମ ଦିନ ଥିବାରୁ ଲୋକେ କିପରି ନିଜର ଆବଶ୍ୟକତା ମେଣ୍ଟାଇବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ହେଲେ କେହି ଗୁରୁତ୍ଵ ଦେଉନଥିବାରୁ ଅସନ୍ତୋଷ ତେଜିଲାଣି । ଅନ୍ୟପଟେ ଅନୁଦାନ ଫେରିଯିବାରୁ କାମ ହୋଇପାରିନାହିଁ ବୋଲି କହିଛନ୍ତି ମ୍ୟୁନିସିପାଲିଟି ଅଧିକାରୀ ।

Latest Posts

Don't Miss