ବଢ଼ୁଛି ସଂକ୍ରମଣ, ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କଲେ ସରକାର

1 min read
Government Issued Fresh Guidelines For Non Covid Hospitals Odisha

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ହସ୍ପିଟାଲ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ, ଘରୋଇ ହସ୍ପିଟାଲ୍ ସହ ନର୍ସିଂ ହୋନ୍ ନୂଆ ଏସଓପି ଅନୁସାରେ କାର୍ଯ୍ୟକ୍ଷମ ହେବ । ସମସ୍ତ ହସ୍ପିଟାଲ ଇନଫେକ୍ସନ୍ ପ୍ରିଭେନସନ୍ ଓ କଣ୍ଟ୍ରୋଲ୍ ଗାଇଡଲାଇନ୍ ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ହସ୍ପିଟାଲରେ ସ୍ୱତନ୍ତ୍ର ଜର କ୍ଲିନିକ୍ ଓ ଆଇସୋଲେସନ୍ ଜୋନ୍ ରହିବ । ହଟସ୍ପଟ୍ ଅଞ୍ଚଳରୁ ଆସିଥିବା ବ୍ୟକ୍ତି କିମ୍ବା କୋଭିଡ୍ ସନ୍ଦିଗ୍ଧଙ୍କ ଚିକିତ୍ସା ଲାଗି ବ୍ୟବହାର ସ୍ଥାନର ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ରହିବ । ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀଙ୍କ ସ୍କ୍ରିନିଂ କରାଯିବ । ସମସ୍ତ ହସ୍ପିଟାଲ ପର୍ଯ୍ୟାପ୍ତ ପରିମାଣର ହ୍ୟାଣ୍ଡ ୱାସିଂ ବ୍ୟବସ୍ଥା କରିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବେ । ଗାଇଡଲାଇନ୍ ଅନୁସାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାପ୍ତ ପିପିଇ କିଟ୍ ଦିଆଯିବ ।

କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲା ପରେ କୋଭିଡ୍ ଲାଗି ବ୍ୟବହୃତ ଆମ୍ବୁଲାନ୍ସରେ ରୋଗୀଙ୍କୁ ହସ୍ପିଟାଲ ରେଫର୍ କରିବେ । ଅଣ-କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ କୌଣସି ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲେ ଅନ୍ୟ ରୋଗୀଙ୍କୁ ସେଠାରୁ ଅନ୍ୟ ରୁମକୁ ସ୍ଥାନାନ୍ତରିତ କରାଯିବ । ଉକ୍ତ ରୁମକୁ ସାନିଟାଇଜ୍ କରାଯିବା ପରେ ୨୪ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇ ପୁନଃ ବ୍ୟବହାର କରାଯିବ । କୌଣସି ହସ୍ପିଟାଲ କୋଭିଡ୍ ରିପୋର୍ଟ ଆଳ ଦେଖାଇ ଚିକିତ୍ସା କରିବାକୁ ମନା କରିବେ ନାହିଁ ।

Leave a Reply