କରୋନା ବୃଦ୍ଧିକୁ ନେଇ ପାୱାର କରିଡରରେ ବଢିଲା କୋରନା କଟକଣା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି କାରଣକୁ ସରକାର ନିୟମ କଡ଼ାକଡ଼ି କରିଛନ୍ତି । ପୂର୍ବରୁ ରାଜ୍ୟରେ ସମସ୍ତ ସରକାରୀ ସ୍କୁଲ କଲେଜ ବନ୍ଦ ରହିଛି । ସାମାଜିକ ଦୂରତାକୁ ଲକ୍ଷ୍ୟକରି ଏଭଳି ନିୟମ କରାଯାଇଛି । କିନ୍ତୁ ରାଜଧାନୀରେ କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବୁଧବାର ୧୨ ଜଣ କରୋନା ସଂକ୍ରମିତ ରାଜଧାନୀ ଭିତରୁ ଚିହ୍ନଟ ହୋଇଥିଲେ ।

ଯେଉଁ ମାନଙ୍କ ମଧ୍ୟରୁ ୮ ଜଣ ଲୋକାଲ କଣ୍ଟାକ୍ଟ ଥିବା ଯଣାପଡ଼ିଥିଲା । ଏବେ ରାଜଧାନୀରେ ମୋଟ ୩୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଗୁରୁବାର ରାଜଧାନୀରେ ବିଭିନ୍ନ ସରକାରୀ ଦପ୍ତରକୁ ପ୍ରବେଶ ଉପରେ ଲାଗିଛି କଟକଣା ।

ଲୋକସେବା ଭବନ, ଖାରବେଳ ଭବନକୁ ପ୍ରବେଶ ଉପରେ ଲାଗିଛି କଟକଣା । କୃଷି ଭବନ ଓ ରାଜୀବ ଭବନରେ ମଧ୍ୟ ପ୍ରବେଶ ବାରଣ ହୋଇଛି । ଜୁଲାଇ ୩୧ ଯାଏ ଭିଜିଟରଙ୍କୁ ପ୍ରବେଶ ମନା ହୋଇଛି । ପୂର୍ବରୁ ସରକାରୀ ଦପ୍ତର(ଲୋକସେବା ଭବନ, ରାଜୀବ ଭବନ, କୃଷି ଭବନ) କଟକଣାରେ ଚାଲିଥିଲା । ଏହି ସବୁ ସ୍ଥାନରେ କମ କର୍ମଚାରୀରେ କାମ ହେଉଛି । କେବଳ ଜନସାଧାରଣ ଓ ଗଣମାଧ୍ୟମ ଲାଗି କଟକଣା ରହିଥିଲା । ତାହା ଏବେ ଜୁଲାଇ ୩୧ ଯାଏଁ ବଢିଲା । ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।

Leave a Reply