ମହାରଥୀ ଯୁଗାବସାନରେ ଶୋକ ପ୍ରକାଶ କଲେ ରାଜ୍ୟପାଳ….

1 min read

ଭୁବନେଶ୍ୱର: ପିପିଲି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ସାରା ରାଜ୍ୟ ଶୋକ ପ୍ରକାଶ କରୁଛି । ଏହି କ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ପ୍ରଦୀପଙ୍କ ବିୟୋଗରେ ଶୋକ ଜଣାଇଛନ୍ତି ।

ଓଡ଼ିଶା ରାଜ୍ୟପାଳ ଟ୍ୱିଟ୍ କରି ପ୍ରଦୀପଙ୍କ ମୃତ୍ୟୁକୁ ଦୁର୍ଭାଗ୍ୟଜନକ  ବୋଲି କହିବା ସହ ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କ ଅବଦନାକୁ ପ୍ରଶଂସା କରିଥିଲେ । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ୱିଇଟରରେ ଲେଖିଛନ୍ତି, ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଖବର ପାଇଁ ଦୁଃଖିତ । ଖୁସ୍ ମିଜାସ୍ ଓ ରୋକଠୋକ୍ ବ୍ୟବହାର କରି ସେ ଏକ ବିରଳ ପରିଚୟ ସୃଷ୍ଟି କରିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ତେବେ ଓଡିଶା ରାଜନୀତିର ପ୍ରାୟ ସମସ୍ତ ନେତା ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply