ବାଲେଶ୍ୱର: ଖୁବଶୀଘ୍ର ଆସିବ ଖୁସିଖବର। ବିଭିନ୍ନ ସ୍ତରରେ ମିଳୁଥିବା ଭତ୍ତା ବଢ଼ିବ। ଏନେଇ ସୂଚନା ଦେଇଛନ୍ତ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବାଲେଶ୍ବର ଜିଲ୍ଲା ଗସ୍ତ ଅବସରରେ 5T ଅଧ୍ୟକ୍ଷ କହିଛନ୍ତି-ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ବର ଜିଲ୍ଲା ଗତ ୬ ମାସ ମଧ୍ୟରେ ୧୦୩୮ କୋଟି ଟଙ୍କା ପାଇଛି।
ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେଓ୍ବାଇ କାର୍ଡରୁ ବଞ୍ଚିତ ଅଛନ୍ତି । ଏହି କାର୍ଡ ଲାଗି ଆଜିଠୁ ରେଜିଷ୍ଟ୍ରେସନ ଆରମ୍ଭ ହେଉଛି । ୧୦ ଦିନ ମଧ୍ୟରେ ସମସ୍ତେ ପଞ୍ଜିକରଣ କରିବା ଲାଗି ଆହ୍ବାନ ଦେଇଛନ୍ତି 5T ଅଧ୍ୟକ୍ଷ। ସେ କହିଛନ୍ତି- ଏମପିଏଲରେ ମେଗା ପାଇପ ଜଳ ଯୋଗାଣ ଲାଗି ୨୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ବୁଢ଼ାବଳଙ୍ଗରେ ସେତୁ ଲାଗି ୧୧୩ କୋଟି ଟଙ୍କା ମଞ୍ଜୁର ହୋଇଛି।
ମାଛ ମାର୍କେଟ ଲାଗି ୩୦ କୋଟି ଟଙ୍କା, ସଲ୍ଟ ରାସ୍ତାର ଉନ୍ନତି ଲାଗି ୫୭ କୋଟି ୩୦ ଲକ୍ଷ ଟଙ୍କା, ବାହାନଗା-ତାଲପଡ଼ା ରାସ୍ତା ଲାଗି ୩୫ କୋଟି ଟଙ୍କା, କାଂଶବାଂଶ ସେତୁ ଲାଗି ୨୫ କୋଟି ଟଙ୍କା, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଲାଗି ୧୫.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ରେମୁଣାରେ ମଲ୍ଟିପରପୋସ କମ୍ୟୁନିଟି ସେଣ୍ଟର ଲାଗି ୮ କୋଟି ଟଙ୍କା, ସୋର-କୁପାରୀ ରାସ୍ତା ଲାଗି ୯ କୋଟି ଟଙ୍କା, ଦରଘା ମଇଦାନ ବାଲେଶ୍ବର ମ୍ୟୁନିସିପାଲଟି ଲାଗି୧ କୋଟି ୫୦ ଲକ୍ଷ, ସି ବିଚ୍ ବାଲିଆପାଳର ଲାଗି ୧ କୋଟି ୧୭ ଲକ୍ଷ, ନୀଳଗିରିର ଜଗନ୍ନାଥ ମନ୍ଦିର ଲାଗି ୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଚାଷୀଙ୍କ ୧୫୦ ବର୍ଷର ସିକିମ ପଟ୍ଟା ସମସମ୍ୟାର ହେବ ସମାଧାନ।
ରାଜ୍ୟର ୨ ଲକ୍ଷ ୫୦ ହଜାର ଲୋକ ଏହି ସମସ୍ୟାରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଏହି ନିୟମକୁ ବଦଳାଇଛନ୍ତି। ଜିଲ୍ଲାର ୧୮ ହଜାର ପରିବାର ଉପକୃତ ହେବେ। ହିଞ୍ଜିଳିକାଟୁରେ ବୁଲିବାର ଅନୁଭୂତି ବାଲେଶ୍ବରରେ ପାଇଲି ବୋଲି କହିଛନ୍ତି ଅଧ୍ୟକ୍ଷ। ଫେବ୍ରୁଆରୀ ଶେଷ ସୁଦ୍ଧା ଜିଲ୍ଲାରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହେବ ଏବଂ ଛାତ୍ରଛାତ୍ରୀ ଓ ମା’ମାନେ ବିଶେଷ ଉପକୃତ ହେବେ। ବାଲେଶ୍ବର ଜିଲ୍ଲାରେ ବିଜେଡି ବ୍ୟାପକ ସଫଳତା ପାଇବ। ବିଜେଡି ପ୍ରାର୍ଥୀ ଅଧିକ ଭୋଟରେ ବିଜୟୀ ହେବେ । ମେଡିକାଲ, ପାନୀୟ ଜଳ, ଜଳସେଚନ, ସେତୁ ସବୁ କାମକୁ ସମ୍ମାନ ଦିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷ।

