କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ସହାୟତା

ଭୁବନେଶ୍ୱର: କରୋନାରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ତପନ ମଲ୍ଲିକଙ୍କ ପତ୍ନୀ ଜ୍ୟୋସ୍ନା ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।

ପଶ୍ଚିମାଞ୍ଚଳ ସାପ୍ତାହିକ ପତ୍ରିକାର ବଣାଇଁ ପ୍ରତିନିଧି ଭାବରେ ସ୍ବର୍ଗତ ତପନ ମଲ୍ଲିକ କାର୍ଯ୍ୟରତ ଥିବା ସମୟରେ କୋଭିଡର ଶିକାର ହୋଇଥିଲେ । ରାଉରକେଲା ଜେପି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ଜୁନ ୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରି କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ ।