ଟିକ୍‌ଟକ୍‌କୁ ସରକାର ପଚାରିଛନ୍ତି ୭୯ ପ୍ରଶ୍ନ, ଉତ୍ତର ସନ୍ତୋଷ ଜନକ ହେଲେ…

Govt asks 79 questions to TikTok, other banned apps. Permanent ban if no reply by July 22

ନୂଆଦିଲ୍ଲୀ: ଭାରତ ସରକାର ଯେଉଁ ୫୯ ଚୀନ୍ ଆପ କଂପାନୀଙ୍କୁ ବ୍ୟାନ୍ କରିଥିଲେ ସେମାନଙ୍କୁ ତିନି ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବାକୁ ସମୟ ଦିଆଯାଇଛି । ଏହି ତିନି ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବା ସହ କେନ୍ଦ୍ର ସରକାରଙ୍କ ତରଫରୁ ସେମାନଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ କୁହାଯାଇଛି । ଉତ୍ତର ସନ୍ତୋଷଜନକ ହେଲେ ସେମାନଙ୍କ ଉପରୁ ପ୍ରତିବନ୍ଧକ ଉଠିବ ।

କେନ୍ଦ୍ର ସୁଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଚୀନ୍ ଆପ୍ କମ୍ପାନୀ ଗୁଡ଼ିକୁ ଦିଆଯାଇଥିବା ପ୍ରଶ୍ନ ତାଲିକାରେ ସେମାନଙ୍କ ଆର୍ଥିକ ଓ ପ୍ରବନ୍ଧନ ଢାଞ୍ଚା, ଡାଟା ସୁରକ୍ଷା ପଦ୍ଧତି, ସୁରକ୍ଷା ପଦ୍ଧତି କ’ଣ ସେବାବଦରେ ପ୍ରାୟ ୭୯ଟି ପ୍ରଶ୍ନ ରହିଛି । ସରକାରଙ୍କୁ ଯଦି ଆପ୍ କମ୍ପାନୀଙ୍କ ଉତ୍ତର ସନ୍ତୁଷ୍ଟ କରେ ତେବେ ବ୍ୟାନ୍ ଆଦେଶ ପ୍ରତ୍ୟାହାର ଉପରେ ବିଚାର କରିପାରନ୍ତି ।

ଚୀନ୍ କମ୍ପାନୀଙ୍କ ପକ୍ଷ ଶୁଣିବାକୁ ସରକାର ଏକ କମିଟି ଗଠନ କରିଛନ୍ତି । ଏଥିରେ ଆୟକର ବିଭାଗ, ରାଜସ୍ୱ ଗୁଇନ୍ଦା ବିଭାଗ, ଗୃହ ମନ୍ତ୍ରଣାଳୟ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ, ଆଇନ ବିଭାଗ, ସିଇଆରଟିର ବିଶେଷଜ୍ଞ ରହିବେ ।

ସୂଚାନଯୋଗ୍ୟ ଯେ, ଭାରତ ଓ ଚୀନ୍ ମଧ୍ୟରେ ଲଦାଖ ପ୍ରସଙ୍ଗକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ନୂଆଦିଲ୍ଲୀ ୫୯ ଚୀନ୍ ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ । ଏହି ଆପ୍ ଗୁଡିକ ଭିତରେ ଟିକଟକ୍, ହେଲୋ ଭଳି ଲୋକପ୍ରିୟ ନାମ ଥିଲା ।

Leave a Reply