ଏଣିକି ସପ୍ତାହରେ ୫ ଦିନ ପାଇଁ ଖୋଲିବ ବ୍ୟାଙ୍କ ? ସଂସଦରେ ଉତ୍ତର ରଖିଲେ କେନ୍ଦ୍ର ସରକାର

1 min read

ସପ୍ତାହକୁ ବ୍ୟାଙ୍କ ୫ ଦିନ ପାଇଁ ବ୍ୟାଙ୍କ ଖୋଲିବା ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ଖବର । ଭାରତୀୟ ବ୍ୟାଙ୍କ ସଂଘ (ଆଇବି) ତରଫରୁ ଉକ୍ତ ପ୍ରସ୍ତାବ ଉପରେ ନିଜର ସ୍ଥିତି ସ୍ପଷ୍ଟ କରାଯାଇଛି । । ଜୁଲାଇ ୨୮ରେ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ଲିଖିତ ଉତ୍ତରରେ କୁହାଯାଇଥିଲା ଯେ, ପ୍ରତ୍ୟେକ ଶନିବାର ବ୍ୟାଙ୍କ ଛୁଟିଦିନ ଘୋଷିତ କରିବା ନେଇ ଆଇବିଏ ତରଫରୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଏହି ପ୍ରସ୍ତାବ ବିଚାରାଧୀନ ରହିଛି । ଏବେ ସରକାରୀ ବ୍ୟାଙ୍କ (ପିଏସବି)ରେ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ଛୁଟି ରହିଛି । ଏଥିସହିତ ସରକାରୀ ବ୍ୟାଙ୍କରେ କର୍ମଚାରୀଙ୍କ ସ୍ଥିତି ସମ୍ପର୍କରେ ସରକାର କହିଥିଲେ ।

ଅଲଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ (AIBOC) ମଧ୍ୟ ପ୍ରତ୍ୟେକ ଶନିବାରକୁ ଛୁଟି ଘୋଷଣା କରିବାକୁ ପ୍ରସ୍ତାବ ରଖିଛି । ଏହାଦ୍ବାରା କର୍ମଚାରୀଙ୍କ ଉତ୍ପାଦକତା, ବିକାଶ କାର୍ଯ୍ୟ କ୍ଷମତା ବଢ଼ିବ ଓ କାର୍ଯ୍ୟାଳୟରେ କାର୍ଯ୍ୟସଂସ୍କୃତି ବଢ଼ିବ ବୋଲି କୁହାଯାଇଛି । ଏହାପୂର୍ବରୁ ୧୦ମ ଦ୍ବିପାକ୍ଷିକ ବୁଝାମଣା ଓ ସପ୍ତମ ଯୁଗ୍ମ ନୋଟ ପରେ ଆଇବିଏ ଓ କର୍ମଚାରୀ ୟୁନିୟନ / ଅଧିକାରୀ ସଂଘ ମଧ୍ୟରେ ବୁଝାମଣା ହୋଇଥିଲା । ୨୦୧୫ରେ ନୋଟିଫିକେସନ ଜାରି କରାଯାଇ ପ୍ରତି ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାରକୁ ସାର୍ବଜନିକ ଛୁଟି ଘୋଷଣା କରାଯାଇଥିଲା ।