ହକ ପାଇଁ ରାଜରାସ୍ତାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ, ଚତୁର୍ଥ ଦିନରେ ପହଞ୍ଚିଲା ଆନ୍ଦୋଳନ
1 min read
ନନ୍ଦିଘୋଷ ବ୍ୟୁରୋ: ସରକାର ଦରମା ଦେଉନାହାନ୍ତି କି ଶୁଣୁନାହାନ୍ତି । ହକ ପାଇଁ ଗର୍ଜୁଛନ୍ତି ଶତାଧିକ ମହିଳା । ଚତୁର୍ଥ ଦିନରେ ପହଞ୍ଚିଲା କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ପରିସରରେ ଶତାଧିକ ଜିପିଏଲଏଫ କର୍ମୀଙ୍କ ଧାରଣା । ନୂଆପଡା, ବିଞ୍ଝାରପୁର ସମେତ ଧରାକୋଟରେ ବି ବିକ୍ଷୋଭ ।
ପେଟରେ ଭୋକ, ମନରେ କୋହ ନେଇ ଗର୍ଜୁଛନ୍ତି ମହିଳା । ଚତୁର୍ଥ ଦିନରେ ପହଞ୍ଚିଲା ଆନ୍ଦୋଳନ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ପରିସରରେ ଶତାଧିକ ଜିପିଏଲଏଫ କର୍ମୀଙ୍କ ଧାରଣା । MBK, CRP, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, LSPର ସମସ୍ତ ୬ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଗତ ୬ ମାସ ହେଲା ଦରମା ମିଳିନି । ଶୁଣୁନାହାନ୍ତି ସରକାର । ଠିକ ସମୟରେ ଦରମା ସହ ଫିକ୍ସ ଦରମା ପ୍ରଦାନ ଦାବିରେ ବିଡ଼ିଓଙ୍କ ଅଫିସ ଆଗରେ ଗର୍ଜିଛନ୍ତି ମହିଳା । ସେପଟେ ୭ ଦଫା ଦାବି ନେଇ ଗଞ୍ଜାମ ଧରାକୋଟ ବ୍ଲକ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି ସିଆରପି, MBK ଓ ବ୍ୟାଙ୍କ ମିତ୍ର ।
ନୂଆପଡା ଜିଲ୍ଲାରେ ଗଣଧାରଣା ଦେଇଛନ୍ତି GPLF ସଂଘର ସଦସ୍ୟ । ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ପାରିଶ୍ରମିକ ଦେବା ଦାବି କରି GPLF ସଂଘର ସଦସ୍ୟ ମାନେ ଧାରଣା ଦେଇଛନ୍ତି । ସେପଟେ ଯାଜପୁର ବିଞ୍ଝାରପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ GPLF ମହିଳା ସଙ୍ଘ । ସରକାର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ସଂଘ ।