ମଞ୍ଚେଶ୍ଵରରେ ବୁଲିଲା ଖଣ୍ଡା-ଭୂଜାଲି, ଯାହାକୁ ଦେଖିଲେ ଗୋଡ଼ାଇ ହାଣିଲେ..

ଭୁବନେଶ୍ୱର: ମଞ୍ଚେଶ୍ଵର ମୁଣ୍ଡା ସାହିରେ ଗୁଣ୍ଡାରାଜ । ବୁଲିଲା ଖଣ୍ଡା, ଭୂଜାଲି । 20 ରୁ 30 ମିନିଟ୍ ଧରି ଚାଲିଲା ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗତକାଲିର ଛୋଟ ଝଗଡ଼ାକୁ ନେଇ ଆଜି ମହାଭାରତ । 40 ରୁ 50 ଯୁବକ ସାହି ଉପରେ ଆକ୍ରମଣ କରିଥିବା ସୂଚନା ରହିଛି । ଅଭିଯୁକ୍ତ ମାନେ ଘର ଓ ଗାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯିଏ ସାମ୍ନାକୁ ଆସିଲା ମାରଣାସ୍ତ୍ରରେ ଗୋଡାଇ ଗୋଡାଇ ହାଣୁଥିଲେ ଅଭିଯୁକ୍ତ ।

ଆକ୍ରମଣ ସମୟର ଭିଜୁଆଲ ସିସିଟିଭିରେ କଏଦ୍ ହୋଇଛି । ଘଟଣାରେ 20 ରୁ ଅଧିକ ଆହତ ହୋଇଥିବା ବେଳେ 5 ରୁ 6 ଜଣଙ୍କୁ ଗୁରୁତ୍ତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ପଳାଶୁଣୀ ଛକରେ ଏନଏଚ ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ପୋଲିସର ବୁଝାସୁଝା ପରେ ଏହି ଅବରୋଧ ହଟିଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ ।

ତେବେ ଥାନାଠୁ ମାତ୍ର 300 ମିଟର ଦୂରରେ ଘଟିଛି ଏହି ଘଟଣା । ଏନେଇ ପୋଲିର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସୀନ୍ଦା । ସ୍ଥାନୀୟ ଲୋକ ବାରମ୍ଭାର ପିସିଆର୍ ଡାକିଥିଲେ ବି ପୋଲିସ ପହଞ୍ଚି ନଥିବା ଅଭିଯୋଗ ମଧ୍ୟ ହୋଇଛି । 100 ମିଟର ଦୂରରେ ଥିବା ଟ୍ରାଫିକ ପୋଲିସ ବି କିଛି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି ।

Leave a Reply