ଚାଲିଗଲେ ‘ମହାଭାରତ’ରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ

ମୁମ୍ବାଇ: ଆଉ ନାହାନ୍ତି ‘ମହାଭାରତ’ ସିରିଏଲରେ ଶକୁନି ଭୂମିକାରେ ଅଭିନୟ କରିଥିବା ଗୁଫି ପେଣ୍ଟାଲ । ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ଲମ୍ବା ସମୟ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗୁଫି ପେଣ୍ଟାଲଙ୍କ ଜନ୍ମ ୪ ଅକ୍ଟୋବର ୧୯୪୪ରେ ହୋଇଥିଲା ।

ଗୁଫି ଲୋକପ୍ରିୟ ଟିଭି ଶୋ’ ମହାଭାରତରେ ‘ଶକୁନି’ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ଲୋକେ ତାଙ୍କୁ ସାରା ଜୀବନ ମନେ ରଖିବେ । ଅଭିନୟ କରିବା ପୂର୍ବରୁ ସେ ସେନାରେ ଥିଲେ । ତାଙ୍କ ଭାଇ ଅମରଜୀତ ପଟେଲ ବଲିଉଡରେ ଥିବାରୁ ସେ ମୁମ୍ବାଇ ଆସି ଅଭିନୟ ଦୁନିଆରେ ପାଦ ଥାପିଥିଲେ ।

ମହାଭାରତ ସମେତ ସେ ଟିଭି ଶୋ’ ‘ଆକବର ବିରବଲ’, ‘ସିଆଇଡି’, ’ରାଧା କ୍ରୀଷ୍ଣା’ ଇତ୍ୟାଦି ସିରିଏଲରେ ନଜର ଆସିଥିଲେ ।