କଂଗ୍ରେସ ପ୍ରାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

ସୁରଟ: ଗୁଜରାଟ ବିଧାନସଭା ନିର୍ବାଚନର ରେଜଲ୍ଟ ଆଜି ପ୍ରକାଶ ପାଇବ । ସକାଳୁ ଆରମ୍ଭ ହୋଇଯାଇଛି ଭୋଟ୍ ଗଣତି । ଏଭଳି ସମୟରେ ଗାନ୍ଧୀଧାମର କଂଗ୍ରେସ ପ୍ରାର୍ଥୀ ଭରତ ସୋଲଙ୍କି ଭୋଟ୍ ଗଣତି କେନ୍ଦ୍ର ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଇଭିଏମରେ ଗଡ଼ବଡ଼ କରାଯାଇଥିବା ଅଭିଯୋଗ କରିବା ସହ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଭରତଙ୍କ ଅଭିଯୋଗ ଅନୁଯାୟୀ, ଇଭିଏମ୍ ଠିକ୍ ଭାବେ ସିଲ୍ ହୋଇନଥିଲା। ଖାଲି ଏତିକି ନୁହେଁ କିଛି ଇଭିଏମରେ ସିଗନେଚର୍ ମଧ୍ୟ ନଥିଲା । ଯାହାକୁ ନେଇ ଭୋଟ୍ ଗଣତି କେନ୍ଦ୍ରରେ ଧାରଣାରେ ମଧ୍ୟ ବସିଥିଲେ ଭରତ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ତେବେ ଗୁଜରାଟରେ ବିଜେପି ୧୫୦ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୧୭ ସିଟ ହାସଲ କରିଛି । ସେହିପରି ଆମ ଆଦମୀ ପାର୍ଟିକୁ ୬ ସିଟ୍ ମିଳିଛି।