କରୋନା ସଂକ୍ରମିତ ହେଲେ ଗୁଜରାଟର କଂଗ୍ରେସ ବିଧାୟକ…ରିପୋର୍ଟ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କୁ କରିଥିଲେ ସାକ୍ଷାତ

1 min read

ଗାନ୍ଧିନଗର: ଗୁଜରାଟ କଂଗ୍ରେସର ଜମାଲପୁର ଖଡିଆର ବିଧାୟକ ଇମ୍ରାନ ଖାଡେଓ୍ବାଲା କରୋନାରେ ସଂକ୍ରମିତ ହୋଇଛନ୍ତି । ଅସୁସ୍ଥ ଥିବାରୁ ସେ ଡାକ୍ତରଖାନାରେ ଟେଷ୍ଟ କରାଇଥିଲେ । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଗାନ୍ଧୀନଗରରେ ଥିବା ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଆସିବା ପୂର୍ବରୁ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ୍‌ ଓ ଗୃହ ରାଜ୍ୟମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ମଧ୍ୟ ସାମିଲ ହୋଇଥିଲେ। ଜମାଲପୁର-ଖଡିଆର ଅଞ୍ଚଳ ଏବେ କରୋନା ସଂକ୍ରମିତ। ତେଣୁ ଇମ୍ରାନ୍‌ କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଉଛି।

ଅହମ୍ମଦାବାଦରେ ଅଧିକରୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଗୁଜରାଟର ୬ଟି ଅଞ୍ଚଳ ଶାହାପୁର, କାଲୁପୁର, ଜମାଲପୁର-ଖାଡିଆ, ଗାଇକୱାଡ ହାଭେଲି ଏବଂ ଦରିଆପୁର ହଟସ୍ପଟ୍ ଅଧୀନରେ ରହିଛି। ସହର ବାହାରେ ଥିବା କିଛି ସ୍ଥାନରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି । ଏହି କ୍ଷେତ୍ରରେ ଅଧିକରୁ ଅଧିକ କରୋନା ସଂକ୍ରମିତ ମାମଲା ଥିବାରୁ ପ୍ରଶାସନ ତଦାରଖ କରୁଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସହଯୋଗ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭାରତରେ ଏବେ ଲକଡାଉନ୍ ଅବଧି ମଧ୍ୟ ବୃଦ୍ଧି କରାଯାଇଛି ।

Leave a Reply