ଏହି ଗାଁରେ କରୋନା କାରଣରୁ ୧୫ ଦିନରେ ୫୦ ମୃତ୍ୟୁ, ପଞ୍ଚାୟତ ଲଗାଇଲା ସଟଡାଉନ୍

West Bengal And Punjab Government Extends Lockdown Corona

ଅହମ୍ମଦାବାଦ: କରୋନା ସହରରୁ ଗାଁ ମୁହାଁ ହେଲାଣି। ଭାରତର ଅନେକ ଗାଁରେ ଚିତା ଲିଭିବାର ନାଁ ନେଉନାହିଁ । ଗୁଜୁରାଟର ଗୋଟିଏ ଗାଁରେ କରୋନା ସଂକ୍ରମଣ କାରଣରୁ ୧୫ ଦିନରେ ୫୦ ଜଣଙ୍କ ଜୀବନ ଯାଇଛି । ଗାଁରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ ପଂଚାୟତ ନିଜ ତରଫରୁ ସେଠାରେ ସଟଡାଉନ୍ ଲାଗୁ କରିଛି।

ଅହମ୍ମଦାବାଦରୁ ୪୦ କିଲୋମିଟର ଦୂରରେ ଥିବା ଚରୌଡା ଗାଁରେ ୧୫ ଦିନ ଭିତରେ ୫୦ ଜଣଙ୍କ କରୋନାରେ ଜୀବନ ଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଗାଁ ଲୋକ ଏକାଠି ବସି ସମ୍ପୂର୍ଣ୍ଣ ଲକଡାଉନ୍ ନିଷ୍ପତ୍ତି ନେଇଥିଲେ । ଏହା ସହ ଲକଡାଉନ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗାଁ ଲୋକଙ୍କ ଏହି ନିଷ୍ପତ୍ତିର ଫାଇଦା ଦୁଇ ସପ୍ତାହ ପରେ ଦେଖିବାକୁ ମିଳିଛି । ଗାଁରେ ଏବେ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ତଥାପି ଏବେ ମଧ୍ୟ ଚରୌଡା ଗାଁରେ ୫୦ରୁ ଅଧିକ ଆକ୍ଟିଭ୍ କେସ୍ ରହିଛି ।
୧୦ ହଜାର ଲୋକସଂଖ୍ୟା ବିଶିଷ୍ଟ ଚୌରଡା ଗାଁରେ ୧ ହଜାର ଆକ୍ଟିଭ୍ କେସ୍ ଦେଖିବାକୁ ମିଳିଥିଲା । ଏପ୍ରିଲ ମାସର ଗୋଟିଏ ଦିନରେ ତ’ ଏକାଥରକେ ଗାଁର ୧୨ ଜଣ ପ୍ରାଣ ହରାଇଥିଲେ । ଚୌରାଡାର କୁନାଲ ଏହି ସମୟରେ ନିଜ ପିତାଙ୍କୁ ହରାଇଥିଲେ । ସେ ପିତାଙ୍କ ପାଇଁ ଅହମ୍ମଦାବାଦର କୌଣସି ମଧ୍ୟ ହସ୍ପିଟାଲରେ ବେଡ୍ ଯୋଗାଡ କରିବାରେ ବିଫଳ ହୋଇଥିଲେ । ବେଡ୍ ନପାଇ ସେ ନିଜ ପିତାଙ୍କୁ ଗାଁକୁ ନେଇ ଆସିଥିଲେ । ଗାଁରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave a Reply