ଗୁଜୁରାଟରେ କରୋନା ଶ୍ରଦ୍ଦାଞ୍ଜଳି

1 min read

କରୋନା ସହ ଜଡିତ ଖବର ବର୍ତମାନ ସବୁଠୁ ଚର୍ଚ୍ଚାରେ । ଦେଶରେ ଘଟୁଥିବା ଘଟଣା ଗୁଡିକ ଆପଣ ଖବରକାଗଜ,ଟିଭି ଓ ମୋବାଇଲ ଜରିଆରେ ଜାଣିପାରନ୍ତି । ହେଲେ ବର୍ତମାନ ଦେଶର ସ୍ଥିତିରେ କେବଳ ଖବରକାଗଜରେ କରୋନା ସହ ଜଡିତ ସୂଚନା । ଯାହା ଦେଖି ଦୁଃଖ ଓ ସନ୍ତାପ ଛଡା ଆଉ କିଛି ଅନୂଭୂତ ହେଉନାହିଁ । କରୋନା ମହାମାରୀ ଯେ ଏତେ ମାରାତ୍ମକ ହୋଇପାରେ ତାହା ସାଧାରଣ ଲୋକଙ୍କ କଳ୍ପନା ବାହାରେ ରହିଥିଲା । ଏବେ ଗୁଜୁରାଟର ସୁରାଟ ଅଂଚଳରୁ ଆସୁଥିବା ଖବର କାଗଜ ରେ ଗତ କିଛିଦିନ ହେବ କେବଳ ଶୋକର ସନ୍ଦେଶ । କୋରାନା ଦ୍ୱାରା ଲୋକଙ୍କର ମୃତ୍ୟୁ ଏତେ ମାତ୍ରାରେ ହେଉଛି ଯେ ଖବର କାଗଜର ୧୬ ପୃଷ୍ଠାରୁ ୮ ପୃଷ୍ଠା କେବଳ ଶୋକ ସନ୍ଦେଶରେ ଭର୍ତି । ଗୋଟିଏ ଦିନରେ ୨୦୦ରୁ ଅଧିକ ଶୋକ ସନ୍ଦେଶ ଛପାଯାଉଛି ଏହି ଖବର କାଗଜ ମାନଙ୍କରେ । ଏହା ଦେଖି ସାଧାରଣରେ ଚର୍ଚ୍ଚା ହେଉଛି ଯେ ସରକାର ପ୍ରଦର୍ଶନ କରୁଥିବା ମୃତ୍ୟୁ ଓ ସୁସ୍ଥ ମାନଙ୍କ ସଂଖ୍ୟା ଅପେକ୍ଷା ପ୍ରକୃତ ସଂଖ୍ୟା ଖୁବ୍ ଅଧିକ । ଏହି ସଂଖ୍ୟାକୁ ଲକ୍ଷ୍ୟ କରି ହିଁ ଜଣାପଡୁଛି ଯେ କେଉଁ ଭଳି ଭାବରେ ଲୋକମାନେ ନିଜ ଲୋକଙ୍କୁ ହରାଇ ବସିଛନ୍ତି । କୋଭିଡ-୧୯ ସମସ୍ତଙ୍କ ଜୀବନରେ କଳା ବାଦଲ ଭଳି ଘୋଟେଇ ଆସିଛି । ଲୋକଙ୍କ ପାଖରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପହଂଚିପାରୁନି । କେଉଁଠି ହସ୍ପିଟାଲର ଅଭାବ ତ ପୁଣି କେଉଁଠି ଅକ୍‌ସିଜେନର ଅଭାବ । ଜୀବନ ବିକଳରେ ସଭିଏଁ ଆଉଟୁପାଉଟୁ ହେଉଛନ୍ତି । କେମିତି ମିଳିବ ନିସ୍ତାର ତାର ଧାରଣା କାହାକୁ ବି ନାହିଁ । ଏହାରି ଭିତରେ ଏହି ଖବରକାଗଜର ଦୃଶ୍ୟ ସମସ୍ତଙ୍କୁ ଅଧିକ ସ୍ତବ୍ଧ କରିଦେଇଛି । ଗୁଜୁରାଟର ପ୍ରକୃତ ଚିତ୍ର କଣ ଓ ସରକାର କଣ ଦେଖାଉଛନ୍ତି । ଏହାକୁ ନେଇ ଉଠୁଛି ପ୍ରଶ୍ନ ।

Leave a Reply