spot_img

Latest Posts

ସ୍କୁଲ ବ୍ୟାଗରେ ବହି ବଦଳରେ ବନ୍ଧୁକ: ଆଇନକୁ ହାତକୁ ନେଉଛନ୍ତି ନାବାଳକ

ସ୍କୁଲ ବ୍ୟାଗଗରେ ବହି ବଦଳରେ ବନ୍ଧୁକ । କଲମ ଧରିବା ହାତରେ ଛୁରୀ ଆଉ ମାରଣାସ୍ତ୍ର । ଆଇନକୁ ହାତକୁ ନେଉଛନ୍ତି ନାବାଳକ । ପାଠପଢ଼ା ବୟସରେ ଅପରାଧ ଦୁନିଆରେ ପାଦ ଦେଉଛନ୍ତି ଛାତ୍ର । ସ୍କୁଲରେ ନଷ୍ଟ ହେଉଛି ଶୈକ୍ଷିକ ବାତାବରଣ । ନାବଳକ କ୍ରିମିନାଲକୁ ନେଇ ବଢୁଛି ପୋଲିସର ଚିନ୍ତା । କୁନି ବୟସରେ କାହିଁକି ବଢୁଛି ଅପରାଧିକ ମାନସିକତା ? କେଉଁଠି ସିନିୟର ଛାତ୍ର ତାଙ୍କ ତଳ କ୍ଲାସ ଛାତ୍ରଙ୍କୁ ଛୁରୀ ଭୁସିଲେଣିତ କେଉଁ ସ୍କାଲରେ ଗ୍ଯାଙ୍ଗୱାର ପରି ଚାଲିଛି ମାରପିଟ୍ । ବ୍ୟାଗ ଭିତରେ ବନ୍ଧୁକ ରଖି ବିଦ୍ୟାଳୟ ଆସୁଛନ୍ତି ଛାତ୍ର ଛାତ୍ରୀ । ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ହାଇସ୍କୁଲର ଛାତ୍ରଙ୍କ ବ୍ୟାଗ ଭିତରେ ବନ୍ଧୁକ ବାହାରିବା । ରେମୁଣା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରର ମୁଣ୍ଡ ଓ ହାତକୁ ଖଣ୍ଡାରେ ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣ ଘଟଣା ଏବେ ଶିକ୍ଷା ନିକେତନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ାଇଛି । ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷାର ଅଭାବ, ଘରେ ପରିବାରର ଅବହେଳା ଯୋଗୁଁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।

ଶିକ୍ଷା ବ୍ୟବସ୍ଥାରେ ରହୁନି ସଂଯମତା । ବିଦ୍ୟାଳୟ ପରିସରରେ ଘଟୁଛି ଅସାମାଜିକ କାର୍ଯ୍ୟକଳାପ । ତେବେ ମୋବାଇଲ୍ ଗେମ୍ ଆଉ ସୋସିଆଲ୍ ମିଡିଆର ପ୍ରଭା ଛାତ୍ରଛାତ୍ରୀଙ୍କୁ ଅଧିକ ବିପଥଗାମୀ କରୁଥିବା ମତ ଦେଇଛନ୍ତି ବିଶେଷଜ୍ଞ । ଏହାସହ ଦଣ୍ଡମୁକ୍ତ ଶିକ୍ଷା, ଯୌଥ ପରିବାର ଅଭାବ ଏଥିପାଇଁ କିଛିକାଂଶରେ ଦାୟି । କିଛି ବର୍ଷ ମଧ୍ଯରେ ଜୁଭେନାଇଲ କେସ ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ ଓ ବିଶେଷଜ୍ଞ। ଛାତ୍ରଛାତ୍ରୀ ଦେଶର ଭବିଷ୍ଯତ । ହେଲେ ଏହି ଭବିଷ୍ଯତ ଆଜି ଅନ୍ଧାରରେ । ତେଣୁ ଏବେଠୁ ନଜର ନରଖିଲେ ଆଗକୁ ସ୍ଥିତି ସାଂଘାତିକ ହେବ ବୋଲି କହିଛନ୍ତି ଶିକ୍ଷାବିତ ।

Latest Posts

Don't Miss