spot_img

Latest Posts

ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା: ଅବହେଳା ପାଇଁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା: ଅବହେଳା ପାଇଁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳାଚକଟା ପାଇଁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । କାର୍ଯ୍ୟରେ ଅବହେଳା ପାଇଁ ଏହି ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଗୃହ ବିଭାଗ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ପୋଲିସ ଅଧିକାରୀମାନେ ହେଲେ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ତତ୍କାଳୀନ ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ରଂଜନ ଦାସ, କମାଣ୍ଡାଣ୍ଟ କେ. କେ. ନାୟକ, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, କୁମ୍ଭାରପଡ଼ା ଆଇଆଇସି ସୁଶାନ୍ତ କୁମାର ସାହୁ ଏବଂ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ ।

ଏମାନେଙ୍କ ମଧ୍ୟରୁ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ ଏବଂ ଡିସିପି ବିଷ୍ଣୁପ୍ରସାଦ ପତିଙ୍କୁ ସରକାର ନିଲମ୍ବିତ କରିଛନ୍ତି । ଅଥଚ ଏଇ ଘଟଣାରେ ଅନେକ ବଡ଼ବଡ଼ିଆ ଅଧିକାରୀଙ୍କ ଦାୟିତ୍ଵରେ ଅବହେଳା ନେଇ ଅଭିଯୋଗ ଉଠିଛି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ଘଟଣାର ହୋଇଥିବା ପ୍ରାଶାସନିକ ତଦନ୍ତ ରିପୋର୍ଟରେ ବିସ୍ତୃତ ଭାବେ କାହାକୁ ଦାୟୀ କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାନାହିଁ । କିନ୍ତୁ ଗୃହ ବିଭାଗର ଚିଠିକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇବା ସହ ଏହି ଦଳାଚକଟା ଘଟଣା ପାଇଁ ଅନେକ ବଡ଼ ବଡ଼ ଅଧିକାରୀ ଦାୟୀ ବୋଲି କହିଛନ୍ତି । ସେମାନଙ୍କୁ ସରକାର ଏକ ପ୍ରକାର କ୍ଲିନଚିଟ୍ ଦେଇଥିବା ଅଭିଯୋଗ ହୋଇଛି ।

ଜୁନ୍ ୨୯ରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିଲା ଦଳାଚକଟା । ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଗୃହ ବିଭାଗର ଚିଠିରୁ ଜଣାପଡିଛି, ଅଘଟଣ ଦିନ ଭିଡ଼ ନିୟନ୍ତ୍ରଣ ପାଇଁ ଏ ସମସ୍ତ ଅଧିକାରୀ ରଥ ଆଗରେ ଉପସ୍ଥିତ ରହିବାକୁ ଦାୟିତ୍ଵ ଦିଆଯାଇଥିଲା, କିନ୍ତୁ ସେମାନେ ଅନୁପସ୍ଥିତ ଥିଲେ । ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମରେ ଲାଗିଥିବା ୨୭୫ଟି ସିସିଟିଭିରୁ ୧୨୩ ନମ୍ବରରୁ ୨୩୨ ନମ୍ବର ସିସିଟିଭିର ଫିଡ୍ କଣ୍ଟ୍ରୋଲ ରୁମକୁ ମିଳୁ ନଥିଲା । ଏହା ସହିତ ଲାଗିଥିବା ଏଲଇଡି ପ୍ୟାନେଲ ମଧ୍ୟ କାମ କରୁ ନଥିଲା। ଏ ସମସ୍ତ ଅବହେଳା ପାଇଁ କ’ଣ ଏହି ୭ ପୋଲିସ ଅଧିକାରୀ ଦାୟୀ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

Latest Posts

Don't Miss