spot_img

Latest Posts

ହମାସ ପାଖରେ ଅଛି କି କେମିକାଲ୍ ହତିଆର?

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏବେ କେମିକାଲ୍ ହତିଆର ଚର୍ଚ୍ଚା ହେଉଛି । ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗ ଦାବି କରିଛନ୍ତି ଯେ ଅକ୍ଟୋବର ୭ରେ ମ୍ୟୁଜିକାଲ୍ ଫେଷ୍ଟିଭାଲ୍ ଉପରେ ଆକ୍ରମଣ କରିଥିଲା ହମାସ । ଆୁ ଏବେ ଆତଙ୍କବାଦୀ ମାନେ କେମିକାଲ୍ ଅସ୍ତ୍ରର ବ୍ୟବହାର କରିବାକୁ ଯୋଜନା ରଖିଛନ୍ତି ।

ଆତଙ୍କବାଦୀଙ୍କ ନିକଟରୁ କେମିକାଲ୍ ହତିଆର ତିଆରି ସମ୍ବନ୍ଧୀୟ ଯେଉଁ ସାମଗ୍ରୀ ମିଳିଥିଲା ତାହାର ସମ୍ପର୍କ ଅଲ-କାଏଦା ସହ ଥିବା ନେଇ ଦାବି କରିଛନ୍ତି ଇସ୍ରାଏଲର ରାଷ୍ଟ୍ରପତି ହେର୍ଜୋଗ।

ରାସାୟନିକ ଅସ୍ତ୍ରଗୁଡିକୁ ‘ୱିପନ୍ସ ଅଫ୍ ମାସ୍ ଡିଷ୍ଟ୍ରକସନ୍’ ବର୍ଗରେ ସ୍ଥାନିତ କରାଯାଇଛି। ଏହି ବର୍ଗରେ ଜୈବିକ ଏବଂ ପରମାଣୁ ଅସ୍ତ୍ର ମଧ୍ୟ ଅନ୍ତର୍ଭୁକ୍ତ। ରାସାୟନିକ ଅସ୍ତ୍ରର ତିଆରି, ରକ୍ଷଣାବେକ୍ଷଣ ଏବଂ ବ୍ୟବହାର ଅତି ସହଜ ହୋଇଥାଏ, ତେଣୁ ଏଗୁଡିକ ଅଧିକ ବ୍ୟବହୃତ ହୋଇଥିବା ବେଳେ ଏହା ଶସ୍ତା ମଧ୍ୟ।

୧୯୧୫ରେ ପ୍ରଥମେ ବ୍ୟବହୃତ ହୋଇଥିଲା-

ଯୁଦ୍ଧରେ ରାସାୟନିକ ଅସ୍ତ୍ର ବ୍ୟବହାରର ଇତିହାସ ଶହେ ବର୍ଷରୁ ଅଧିକ ପୁରୁଣା। ୧୯୧୫ରେ ପ୍ରଥମ ଥର ପାଇଁ ଏହାର ବ୍ୟବହୃତ ହୋଇଥିଲା । କ୍ଲୋରିନ୍ ପ୍ରଥମ ରାସାୟନିକ ଅସ୍ତ୍ର ଥିଲା| ଏହାଦ୍ୱାରା ଲୋକମାନେ ଶ୍ୱାସରୁଦ୍ଧ ହୋଇପଡୁଥିଲେ ଏବଂ ଠିକ୍ ସମୟରେ ଚିକିତ୍ସା ନମିଳିଲେ, ମୃତ୍ୟୁ ସୁନିଶ୍ଚିତ । ଏହା ପରେ ମଷ୍ଟର୍ଡ ଗ୍ୟାସ ଆସିଥିଲା, ଯାହା ଶରୀରରେ କ୍ଷତ ସୃଷ୍ଟି କରୁଥିଲା | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲରଙ୍କ ନାଜି ସେନା କୀଟନାଶକରୁ ‘ନର୍ଭ ଏଜେଣ୍ଟ’ ତିଆରି କରିଥିଲେ। ‘ନର୍ଭ ଏଜେଣ୍ଟ’ ଶରୀରରେ ଶୀରାପ୍ରଶିରାକୁ ଅକାମି କରିଦେଉଥିଲା । ରିପୋର୍ଟ ଅନୁଯାୟୀ, ୧୯୮୪ରୁ ୧୯୮୮ ମଧ୍ୟରେ ଇରାନ-ଇରାକ ଯୁଦ୍ଧରେ ନର୍ଭ ଏଜେଣ୍ଟର ବହୁଳ ଭାବରେ ବ୍ୟବହୃତ ହୋଇଥିଲା ।

Latest Posts

Don't Miss