ହସ୍ତକଳାର ଅଦ୍ଭୁତ ପରିକଳ୍ପନା, ବଢ଼ୁଛି ପଥର ଶିଳ୍ପୀ-କାଇଁଚ-ଟେରାକୋଟାର ଚାହିଦା

terakota

ଯାଜପୁର: ହସ୍ତକଳାର ଅଦ୍ଭୁତ ପରିକଳ୍ପନା । ସଜେଇ ହୋଇ ରହିଛି ଭଳିକି ଭଳି କଳାକୃତି । ଦେଖିବା ଓ କିଣିବାକୁ ଜମୁଛି ଲୋକଙ୍କ ଭିଡ ।  ହସ୍ତଶିଳ୍ପ କ୍ଷେତ୍ରରେ ରାଜ୍ୟର ବିଭିନ୍ନ ଜିଲ୍ଲା ବେଶ ପ୍ରସିଦ୍ଧ ଲାଭ କରିଛି । ହେଲେ କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି ଅନେକ କଳାକାର । ନିଜ ତିଆରି ସାମଗ୍ରୀକୁ ବିକ୍ରି କରି ନ ପାରି ସମସ୍ୟା ଭିତରେ ଗତି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଛତିଆ ରାଜ ଦୋଳ ମେଳନ ମହୋତ୍ସବ ଅବସରରେ ହସ୍ତଶିଳ୍ପ ପଦର୍ଶନୀ କରାଯାଇଛି । ଏହି ପଦର୍ଶନୀ ମାଧ୍ୟମରେ ନିଜ ସାମଗ୍ରୀ ବିକ୍ରି କରିବା ଲକ୍ଷ୍ୟ ରଖିଛନ୍ତି କାରିଗର ।

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି । ୭ ଦିନ ଧରି ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ଚାଲିବାକୁ ଥିବାବେଳେ ଏଥିରେ ମୋଟ ୮୦ଟି ଷ୍ଟଲ ଖୋଲା ଯାଇଛି । ଏଥିରେ ହସ୍ତଶିଳ୍ପଠୁ ଆରମ୍ଭ କରି କୃଷି ଭିତ୍ତିକ ସାମଗ୍ରୀ ଓ ପୁସ୍ତକ ଷ୍ଟଲ ମଧ୍ୟ ଦେଖିବାକୁ ମିଳିଛି । ଏହି ପ୍ରଦର୍ଶନୀରେ ୬୦ରୁ ଉର୍ଦ୍ଧ୍ୱ କାରିଗର ସାମିଲ ଅଛନ୍ତି । ୧୪ ପ୍ରକାର ହସ୍ତଶିଳ୍ପର ଷ୍ଟଲ ଏଥିରେ ସାମିଲ ହୋଇଛି । ବିଶେଷ କରି ପଥର ଶିଳ୍ପୀ ଓ କାଇଁଚ, ଟେରାକୋଟାର ଚାହିଦା ଦେଖିବାକୁ ମିଳୁଛି । କରୋନା ଯୋଗୁଁ କ୍ଷତି ସହିଥିବା କାରିଗର ଏହି ପ୍ରଦର୍ଶନୀରୁ ବେଶ କିଛି ପଇସା ରୋଜଗାର ହେବାର ଆଶା ରଖିଛନ୍ତି ।

Leave a Reply