ଜମିଲା ପ୍ରସିଦ୍ଧ ହରିରାଜପୁର ଦୋଳ ମେଳଣ

ଖୋର୍ଦ୍ଧା: ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ହରିରାଜପୁର ଦୋଳ ମେଲଣ । ହରିହରଙ୍କ ଭେଟ ହେଉଛି ଏହି ମେଲଣର ମୁଖ୍ୟ ଆକର୍ଷଣ । ଯାହାକୁ ଦେଖିବା ପାଇଁ ନାହିଁ ନଥିବା ଭିଡ ଜମିଛି । ଆତସବାଜି ସାଙ୍ଗକୁ ମେଳଣ ପଡ଼ିଆରେ ଠାକୁରଙ୍କ ଉପସ୍ଥିତି ଏକ ଆଧ୍ଯାତ୍ମିକ ପରିବେଷ ସୃଷ୍ଟି କରିଛି ।

ଦୋଳରେ ନଟ ନାଗର । ଗୋଟିଏ ନୁହେଁ ଧାଡ଼ି ଲାଗିଛି ବିମାନ। ପାରମ୍ପରିକ ନାଚ ସାଙ୍ଗକୁ ନୃତ୍ଯରେ ବିଭୋର ଦର୍ଶକ । ବାଜା ବାଜଣାରେ କମ୍ପୁଛି ପରିବେଶ । ରଙ୍ଗୀନ ଆଲୋକମାଳାରେ ଝଟକୁଛି ପଡ଼ିଆ । ଏହି ଦୃଶ୍ଯ ହେଉଛି ଖୋର୍ଦ୍ଧା ଜିଲ୍ଲା ହରିରାଜପୁର ପ୍ରଶିଦ୍ଧ ମେଳଣର ଦୃଶ୍ଯ । ଯାହାକୁ ଦେଖିବାକୁ ଜମିଛି ଖଚାଖଚ ଭିଡ଼ । ଖୋର୍ଦ୍ଧା ,ପିପିଲି, ଡେଲାଙ୍ଗ ଅଞ୍ଚଳରୁ ପାଖାପାଖି ୮୦ଟି ଦୋଳ ବିମାନ ଏଥିରେ ସାମିଲ  ହୋଇଛନ୍ତି । ସବୁ ବିମାନ ପହଞ୍ଚିବା ଅନୁଷ୍ଠିତ ହୋଇଥିଲା ହରିହରଙ୍କ ଭେଟ । ରାତି ତମାମ ଏହି ମେଲଣ ଯାତ୍ରା ସହ ଆତସବାଜିରେ କମ୍ପିଥିଲା ମେଳଣ ପଡ଼ିଆ । ଭଗବାନଙ୍କ ଉପସ୍ଥଇତି ଓ ସାଧୁ ସନ୍ଯାସୀଙ୍କ ଆଗମନରେ ସୃଷ୍ଟି ହୋଇଥିଲା ଆଧ୍ଯାତ୍ମିକ ପରିବେଶ । ବିଶ୍ବାସ ରହିଛି ଦୋଳପୂର୍ଣ୍ଣିମାର ହରିହରଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ପୂଜାର୍ଚ୍ଚନା ପରେ ଥାନପତି ପଶ୍ଚିମା ସମ୍ଭୁ ସୋମନାଥ ଓ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଦର୍ଶନ ପାଇଁ ଯାଇଥାନ୍ତି ।

ଗୋଟେ ପଟେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଥିବା ବେଳେ ଅନ୍ଯପଟେ ଆୟୋଜକ ମାନକ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଅଭିଭୂତ କରିଥିଲା । ବଛାବଛା କଳାକାର ପ୍ରଦର୍ଶନ ସାଙ୍ଗକୁ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ଯକ୍ରମରେ ସାମିଲ ହୋଇଥିଲା ବିଧାୟକ ରୁଦ୍ର ମହାରଥୀ ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ନାଚଗୀତ, ପୂଜାର୍ଚ୍ଚନା ସାଙ୍ଗକୁ ବିଭିନ୍ନ ପସରା ଓ ଦୋକାନରେ ଜମିଥିଲା ଭିଡ଼ । ମେଳଣ ମଧ୍ଯରେ ହରିରାଜପୁରର ପୂର୍ବରୁ ସୁନାମ ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।