ମୁମ୍ବାଇ: ‘ଲିଭା ମିସ୍ ଦିଭା’ର ଗ୍ରାଣ୍ଡ ଫିନାଲେ ବିଜେତା ହୋଇଛନ୍ତି ଚଣ୍ଡୀଗଡର ଝିଅ ହରନାଜ ସନ୍ଧୁ । ମୁମ୍ବାଇରେ ହୋଇଥିବା ଏହି ଆୟୋଜନରେ ବଲିଉଡଷ୍ଟାର ମଲାଇକା ଆରୋରା ଓପନିଂ ପରଫରମା୍ସ ଦେଇଥିଲେ। ଚଳିତ ବର୍ଷ ପାଜେଣ୍ଟର ଭର୍ଚୁଆଲ ହୋଷ୍ଟ କରାଯାଇଥିଲା। ମିସ୍ ଡିଭା ୟୁନିଭର୍ସ ୨୦୨୧’ର ଟାଇଟଲ ଜିତିବା ପରେ ହରନାଜ ମିସ୍ ୟୁନିଭର୍ସ ୨୦୨୧ ରେ ଭାରତର ପ୍ରତିନିଧିତ୍ୱ କରିବେ।

ମିସ୍ ଦିଭା ୟୁନିଭର୍ସ ୨୦୨୧ ରେ ପୁନେର ରିତିକା ଖତନାନି ସୁପର ନାଚୁରାଲ ୨୦୨୧ ହୋଇଛନ୍ତି। ସେଭଳି ଜୟପୁରର ସୋନଲ କୁକରେଜା ଲିଭା ମିସ୍ ଦିଭାର ଫାଷ୍ଟ ରନ୍ର-ଅପ୍ ରହିଛନ୍ତି। ହରନାଜ୍ ମିସ୍ ୟୁନିଭର୍ସ ୨୦୨୧ ରେ ଭାରତର ପ୍ରତିନିଧିତ୍ବ କରିବେ। ୭୦ ତମ ମିସ୍ ୟୁନିଭର୍ସ ପାଜେଣ୍ଟର ଆୟୋଜନ ଚଳିତ ବର୍ଷ ଡିସେମ୍ବରରେ ହେବ। ଗତ ବର୍ଷ ମେକ୍ସିକୋର ମଡେଲ ଆଣ୍ଡ୍ରିୟା ମେଜା ଏହି ଟାଇଟଲ ନିଜ ନାମରେ କରିଥିଲେ। ଚଳିତ ବର୍ଷ ଆଣ୍ଡ୍ରିୟା ନିଜର ମୁକୁଟ ନୂଆ ବିଜେତାଙ୍କୁ ପିନ୍ଧାଇବେ।

ଖବର ଅନୁସାରେ, ହରନାଜ କୌର ସନ୍ଧୁ ଇନଫରମେସନ୍ ଟେକ୍ନୋଲୋଜିର (ଆଇଟି)ର ଦ୍ବିତୀୟ ବର୍ଷ ଛାତ୍ରୀ। ସେ ୨୦୧୯ର ମିସ୍ ଇଣ୍ଡିଆ ପଞ୍ଜାବ ଟାଇଟଲ ଜିତିଥିଲେ। ଏହାପରେ ସେ ମିସ୍ ଇଣ୍ଡିଆ ପାଜେଣ୍ଟରେ ମଧ୍ୟ ଯୋଗ ଦେଇଥିଲେ।

