କରୋନା ନହେବା ପାଇଁ ମନ୍ତ୍ରୀ ନେଇଥିଲେ ଟିକା, ହେଲେ ଏବେ ପଜିଟିଭ୍‌ ଚିହ୍ନଟ ! ଦେଖନ୍ତୁ…

1 min read
Anil Viz

ହରିୟାଣା: କରୋନା ଟିକା ନେଇଥିବା ମନ୍ତ୍ରୀ ଏବେ କରୋନା ଆକ୍ରାନ୍ତ । ଏଭଳି ଖବର ସାମ୍ନାକୁ ଆସିଛି ହରିୟାଣାରୁ । ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ କୋଭାକ୍ସିସନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ନିଜ ଦେହରେ ନେଇଥିଲେ ଡୋଜ୍‌ । ହେଲେ ଏହାର କିଛି ଦିନ ପରେ ସେ ଏବେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ।

ଗତ ନଭେମ୍ବର ୨୦ରେ ସେ କରୋନାର ପ୍ରତିକାର ପାଇଁ ପ୍ରସ୍ତୁତ ହେଉଥିବା କୋଭାକ୍ସିନ୍‌ ଡୋଜ୍‌ ନିଜ ଦେହରେ ପରୀକ୍ଷା କରିଥିଲେ । ହେଲେ ଏହାର ଠିକ୍‌ ୧୫ ଦିନ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ ଡିସେମ୍ବର ୫ ତାରିଖରେ କୋରାେନା ଆକ୍ରାନ୍ତ ଥିବା ନେଇ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରିବା ସହ ନିଜକୁ ସଂଗରୋଧ ରୁହନ୍ତୁ ।’ 

ତେବେ ମନ୍ତ୍ରୀ କରୋନା ଆକ୍ରାନ୍ତ ହେବା ପରେ ଟିକାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଛି । ତିନୋଟି ପର୍ଯ୍ୟାୟରେ କୋଭାକ୍ସିନ୍‌ର ପରୀକ୍ଷା ସଫଳ ହୋଇଛି ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର କରୋନା ଟିକା ଆସିବା ନେଇ ପ୍ରତିଶ୍ରୁତି ଦେଉଥିବା ବେଳେ ଏପଟେ ଟିକାର ଫରୀକ୍ଷା ବିଫଳ ଖବର ସମସ୍ତଙ୍କୁ ଚକିତ କରିଛି ।

Leave a Reply