ଟ୍ୱିଟର୍‌ରେ ହାସ୍‌ଟ୍ୟାଗ୍‌କୁ ରାଜନୈତିକ ବିଜ୍ଞାପନ ଭାବେ ଗ୍ରହଣ କରିପାରନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଉପରେ ନିର୍ବାଚନ ଆୟୋଗଙ୍କ ନଜର । ଏଥର ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ଉପରେ କଡ଼ା ନଜର ରଖିବେ ନିର୍ବାଚନ ଆୟୋଗ । ନିର୍ବାଚନ ବେଳେ ଦଳଗୁଡ଼ିକ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତା’ ଉପରେ ପୂର୍ବରୁ ନିର୍ବାଚନ ଆୟୋଗ ନଜର ରଖୁଥିବା ବେଳେ ଏବେ ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ଆୟୋଗ ପକ୍ଷରୁ ନଜର ରଖାଯିବ ।

ଟୁଇଟରରେ ହାସ୍‌ଟ୍ୟାଗ୍‌ ବ୍ୟବହାର କରାଯାଇ ପ୍ରାର୍ଥୀ ବା ଦଳ ନାଁରେ କରାଯାଉଥିବା ବିଜ୍ଞାପନ ଉପରେ ନିର୍ବାଚନ ଆୟୋଗ ନଜର ରଖିବେ । ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତାରିଖ ଘୋଷଣା ସରିଥିବା ବେଳେ ଗାଦି ହାତେଇବାକୁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି ରାଜନେତା । ଏଥର ପ୍ରାର୍ଥୀଙ୍କ ପ୍ରଚାର, ନିର୍ବଚନୀ ଖର୍ଚ୍ଚ ସହ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଥିବା ହାସ୍‌ଟ୍ୟାଗ୍‌ ଉପରେ ବି ନଜର ରଖିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଜିଲାସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟି ପ୍ରତିଦିନ ସୋସିଆଲ ମିଡିଆ ହାସ୍‌ଟ୍ୟାଗ୍‌ ଟ୍ରେଣ୍ଡ ଉପରେ ନଜର ରଖିବ । ହାସ୍‌ଟ୍ୟାଗ୍‌ ବ୍ୟବହାର କରାଯାଇ କୌଣସି ଦଳ ବା ପ୍ରାର୍ଥୀଙ୍କ ବିଜ୍ଞାପନ କରାଯିବା ନେଇ ଆଶଙ୍କା କରି ପ୍ୟାନେଲ ଏଭଳି ନିଷ୍ପତ୍ତି ନେଇଛନ୍ତି । ପୋଲ ପ୍ୟାନେଲ ବିଶେଷଜ୍ଞ କମିଟି ପକ୍ଷରୁ ସୁପାରିସ କରାଯିବା ପରେ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ ।

Leave a Reply