spot_img

Latest Posts

ହାଥରସ ମାମଲା: ୟୁପି ସରକାରଙ୍କୁ ରିପୋର୍ଟ ଦେଲା SIT, DMଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ !

ଉତ୍ତରପ୍ରଦେଶ: ସେପ୍ଟେମ୍ବର ମାସରେ ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଗଣଦୁଷ୍କର୍ମ ମାମଲା ନେଇ ଏସଆଇଟି ରିପୋର୍ଟ ଦାଖଲ କରିଛି। ଏସଆଇଟି ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ଦେଇଛି, ଯାହା ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ସମୟରେ ଉପସ୍ଥାପିତ କରାଯାଇପାରିବ। କେବଳ SIT ରିପୋର୍ଟ ଆଧାରରେ ସ୍ଥାନୀୟ ଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Hathras

ହାଥରସ ଘଟଣାର ଶୁଣାଣି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ମାସ ୧୪ ତାରିଖରେ ଉତ୍ତରପ୍ରଦେଶର ହାଥରସରେ ଜଣେଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଯେଉଁଥିରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ସେପ୍ଟେମ୍ବର ମାସ ୨୯ ତାରିଖରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ପରେ ପ୍ରଶାସନ ତାଙ୍କ ପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ଯୁବତୀଙ୍କ ଶବଦାହ କରିଥିଲା। ସେଥିପାଇଁ ସ୍ଥାନୀୟ ପ୍ରଶାସନ ଉପରେ ଅନେକ ପ୍ରଶ୍ନ ଉଠିଥିଲା । କିଛି ଜଣଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଏହି ମାମଲା ନେଇ ଅନେକ ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଏହା ପରେ ୟୁପି ସରକାର ପୁରା ମାମଲାର ଯାଞ୍ଚ ପାଇଁ ଏସଆଇଟି ଟିମ୍ ଗଠନ କରିଥିଲେ ।

ଗୃହ ବିଭାଗର ସଚିବଙ୍କ ନେତୃତ୍ୱରେ SIT ଗଠନ କରାଯାଇଥିଲା, ଯିଏ ପ୍ରତ୍ୟେକ ଜିନିଷର ଅନୁସନ୍ଧାନ କରିଥିଲେ। ପ୍ରଥମେ, SITକୁ ଅନୁସନ୍ଧାନ ପାଇଁ ସାତ ଦିନଦିଆଯାଇଥିଲା । କିନ୍ତୁ ପରେ ଦଶ ଦିନ ଅଧିକ ମଧ୍ୟ ଦିଆଯାଇଥିଲା । ବର୍ତ୍ତମାନ ଏସଆଇଟି ଏହାର ତଦନ୍ତ ପୁରା କରି ସରକାରଙ୍କୁ ଏକ ରିପୋର୍ଟ ଦାଖଲ କରିଛି। ତେବେ ସିବିଆଇ ବର୍ତ୍ତମାନ ସମଗ୍ର ହାଥରସ ଘଟଣାର ତଦନ୍ତ କରୁଛି। ସିବିଆଇ ଟିମ୍ ଏଯାଏଁ ପୀଡ଼ିତାଙ୍କ ପରିବାର, ଅଭିଯୁକ୍ତଙ୍କ ପରିବାରକୁ ପଚରାଉଚୁରା କରିସାରିଛି । ଏହା ବ୍ୟତୀତ ସିବିଆଇ ମଧ୍ୟ ଘଟଣା ସ୍ଥଳକୁ ଯାଇ ଅନେକ ଥର ତଦନ୍ତ କରିଛନ୍ତି ।

Latest Posts

Don't Miss