ହାଥରସ୍ ଗଣଦୁଷ୍କର୍ମ ମାମଲା:‌ ସିନ୍‌ ରି-କ୍ରିଏଟ୍‌ କରି ତଦନ୍ତ କଲା CBI

Hathras

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ସିବିଆଇ ପକ୍ଷରୁ ଜାରି ରହିଛି ଖୋଳତାଡ଼ । ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ କରି ପ୍ରମାଣ ଖୋଜିବାକୁ ଚାଲିଛି ପ୍ରୟାସ । ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ପୀଡିତାଙ୍କ ମାଆ, ଭାଇଙ୍କୁ ନେଇ ତଦନ୍ତ କରିଛି । ଉଭୟଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିବା ସହ କ୍ଷେତର ଚାରି ପଟକୁ ଟିକିନିଖି ତନଖି କରିଛି ।

ଶୁକ୍ରବାର ସିବିଆଇ ଟିମ୍‌ ଗାଁରେ ପହଞ୍ଚି ପ୍ରଥମେ ପୀଡିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଘଟଣାସ୍ଥଳରେ ସିନ୍‌କୁ ରିକ୍ରିଏଟ୍‌ କରି ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା । ଜଣେ ମହିଳା କନେଷ୍ଟବଳ ପୀଡିତାଙ୍କ ଭୂମିକାରେ ଅଭିନୟ କରି ସିନ୍‌ ରିକ୍ରିଏଟ୍‌ କରିବାକୁ ଚେଷ୍ଟା କରିଥିଲେ ।

୧୪ ସେପ୍ଟେମ୍ବରରେ କିପରି ପରିବାର ଲେକେ ପୀଡିତାଙ୍କୁ ପାଇଥିଲେ, କିପରି ତାଙ୍କୁ ଉଦ୍ଧାର କରିଥିଲେ, ସେନେଇ ପୂରା ସିନ ଦେଖିଥିଲେ ତଦନ୍ତକାରୀ ଟିମ୍ । ଏଥିପାଇଁ ମଡିଆକୁ ୨୫୦ ମିଟର ଦୂରରେ ରହିବାକୁ କୁହାଯାଇଥିଲା । ଘଟଣାକୁ ଦୀର୍ଘଦିନ ବିତି ଯାଇଥିବାରୁ ସିବିଆଇକୁ ପ୍ରମାଣ ସଂଗ୍ରହ କରିବାରେ ଅଧିକ ଦିନ ଲାଗିଥିବା କୁହାଯାଉଛି । ତେବେ ଅନେକ ତଥ୍ୟ ସିବିଆଇର ହସ୍ତଗତ ହୋଇଛି ଓ ଖୁବ ଅଳ୍ପଦିନ ମଧ୍ୟରେ ପୂରା ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।

Leave a Reply