ଯିଏ ବିକାଶ ସହିତ ରହିଛି ମହାକାଳପଡା ବାସୀ ସେମାନଙ୍କ ସହିତ ଅଛନ୍ତି : ଅତନୁ

କେନ୍ଦ୍ରାପଡ଼ା : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ନିର୍ବାଚନ ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ୨୦୦୯ ମସିହାରେ ନୂତନ ଭାବରେ ମହାକାଳପଡା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲେ ମଧ୍ଯ ଓଡିଶା ରାଜନିତିରେ ମହାକାଳପଡା ନିର୍ବାଚନ ମଣ୍ଡଳୀର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କେନ୍ଦ୍ରପଡା ଲୋକସଭା କ୍ଷେତ୍ରର ମହାକାଳପଡା ବ୍ଲକର ୩୧ଟି ପଞ୍ଚାୟତ ଏବଂ ମାର୍ଶାଘାଇ ବ୍ଲକର ୧୭ ଟି ପଞ୍ଚାୟତକୁ ନେଇ ମହାକାଳପଡା ନିର୍ବାଚନ ମଣ୍ଡଳୀ । ମହାକାଳପଡା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ ଲକ୍ଷ ୫୨ ହଜାର ୮୭୭ ଜଣ ଭୋଟର ରହିଛନ୍ତି । ସେଥି ମଧ୍ଯରୁ ୧ ଲକ୍ଷ ୩୨ ହଜାର ୩୬୬ ଜଣ ପୁରୁଷ ଭୋଟର ଥିବା ବେଳେ ୧ ଲକ୍ଷ ୨୦ ହଜାର ୫୦୭ ଜଣ ମହିଳା ଭୋଟର ଥିବା ବେଳେ  ୪ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । ଚଳିତ ନିର୍ବାଚନ ପାଇଁ ବିଜେଡି ପୁଣି ଥରେ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଜଣେ ଯୁବ ପାର୍ଥି ଭାବରେ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟରେ ମହାକାଳପଡା ନିର୍ବାଚନ ମଣ୍ଡଳୀ ପାଇଁ ପାର୍ଥି ଘୋଷଣା କରିପାରିନାହିଁ କଂଗ୍ରେସ। ୨୦୦୯ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଲଗାତାର ତିନି ତିନିଥର ବିଜେଡି ଦଖଲରେ ରହି ଆସିଛି ମହାକାଳପଡା ନିର୍ବାଚନ ମଣ୍ଡଳୀ । ୨୦୦୯ ରେ ବିଜେଡି ପାର୍ଥୀ ଅତନୁ ସବ୍ୟସାଚୀ ନାୟକ ୭୦ ହଜାର ୪୩୩ ଖଣ୍ଡ ୪୮.୬୯ ପ୍ରତିଶତ ଭୋଟ ପାଇ ବିଜ୍ରୀ ହୋଇଥିଲେ

ସେହିଭଳି ୨୦୧୪ରେ ମଧ୍ୟ ବିଜେଡି ପାର୍ଥୀ ଅତନୁ ସବ୍ୟସାଚୀ ନାୟକ ୮୧ ହଜାର ୫୦ ଖଣ୍ଡ ୪୭.୬୨ ଭୋଟ ପାଇ ବିଧାୟକ ହୋଇଥିଲେ । ବିଜେପି ପାର୍ଥୀ ବିଜୟ ମହାପାତ୍ର ୫୭ ହଜାର ୮୦୪ ଖଣ୍ଡ ଭୋଟ ପାଇ ଦ୍ବିତୀୟରେ ରହିଥିଲେ । ୨୦୧୯ ରେ ବିଜେଡି ପୁଣି ଥରେ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଅତନୁ ସବ୍ୟସାଚୀ ନାୟକ ୯୩ ହଜାର ୧୯୭ ଖଣ୍ଡ ଅର୍ଥାତ ୫୧.୨୯ ପ୍ରତିଶତ ଭୋଟ ପାଇ ବିଜେପିର ବିଜୟ ପ୍ରଧାନଙ୍କ ଠାରୁ ବିଜୟ ହୋଇଥିଲେ । ବିଜୟ ପ୍ରଧାନ ୭୭ ହଜାର ୫୩୪ ଖଣ୍ଡ ଅର୍ଥାତ ୪୨.୬୭ ପ୍ରତିଶତ ଭୋଟ ପାଇଥିଲେ ।

ମହାକାଳପଡା ନିର୍ବାଚନ ମଣ୍ଡଳୀ ଟି ନଦୀନାଳ ଭରା ଏବଂ ବାତ୍ଯା ପ୍ରବଣ ଅଞ୍ଚଳ ଭାବରେ ପରିଚିତ । ଏହି ନିର୍ବାଚନ ମଣ୍ଡଳୀ ରେ ଯାହା ବିକାଶ ହୋଇଛି ୨୦୦୯ ମସିହା ଠାରୁ ହୋଇ ଆସୁଛି । ରାସ୍ତାଘାଟ, ପୋଲ, ବାତ୍ଯା ଆଶ୍ରୟସ୍ଥଳ କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ମହାକାଳପଡାରେ ବିକାଶ ହୋଇଛି । ମାର୍ଶାଘାଇ ଏବଂ ମହାକାଳପଡା ରେ ନୂଆ ବସଷ୍ଟାଣ୍ଡ ମଧ୍ଯ ନିର୍ମାଣ ହୋଇଛି । ଯିଏ ବିକାଶ ସହିତ ରହିଛି ମହାକାଳପଡା ବାସୀ ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି ।