ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଥାନାରେ ପ୍ରଧାନଶିକ୍ଷକ ଅଟକ

Headmaster Detained For Misbehaving Woman Teacher

ବାଲିପାଟଣା: ଶିକ୍ଷାନୁଷ୍ଠାରେ କଳଙ୍କ । ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବାଲିପାଟଣା ବ୍ଲକ ନରିଶ ପ୍ରାଥମିକ ବିଦ୍ୟାଳୟରୁ । ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଜନୈକ ମହିଳାଙ୍କୁ ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ବିଦ୍ୟାଳୟ ପରିଚାଳନା କମିଟି ଶିକ୍ଷକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପ୍ରଧାନଶିକ୍ଷକଙ୍କୁ ହେପାଜତକୁ ନେଇଛି ।

Headmaster Detained For Misbehaving Woman Teacher

ସୂଚନା ଅନୁସାରେ, ଗତକାଲି ସ୍କୁଲ ଛୁଟି ପରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଥିଲା । ସେଥିପାଇଁ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ମଲ୍ଲିକ, ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ଗୃହରେ ଏକୁଟିଆ ଦେଖି ଅଶାଳୀନ ଇଙ୍ଗିତ କରିବା ସହିତ ଜୋର ଜବରଦସ୍ତି କରିଥିଲେ । ଶିକ୍ଷୟିତ୍ରୀ ଜଣଙ୍କ ପ୍ରତିବାଦ କରିବା ସମୟରେ ବୈଠକକୁ ଆସୁଥିବା ବିଦ୍ୟାଳୟ ପରିଚାଳନା କମିଟିର ୨ ଜଣ ସଦସ୍ୟ ଦେଖିଥିଲେ ।

Headmaster Detained For Misbehaving Woman Teacher

ଏନେଇ ଶୁକ୍ରବାର ଶିକ୍ଷୟିତ୍ରୀ ସ୍ଥାନୀୟ ଲୋକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଏନେଇ ଅବଗତ କରାଇଥିଲେ । ଆଜି ପ୍ରଧାନଶିକ୍ଷକ ସ୍କୁଲକୁ ଆସିବା ପରେ ତାଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ବାଲିପାଟଣା ପୋଲିସ ପହଞ୍ଚି ପ୍ରଧାନଶିକ୍ଷକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।